ରାସ୍ତା ଅଳିଆ ସଫା କଲେ ନୋଡାଲ ଅଧିକାରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସମ୍ପ୍ରତି ବୈଶ୍ବିକ ମହାମାରୀ କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ବିବ୍ରତ।ଏହି ମହାମାରୀ ତାର ମହାସମର ସାରା ଓଡ଼ିଶାର ୨୧ ଜିଲ୍ଲାରେ ପ୍ରସ୍ତୁତି ଆରମ୍ବ କରିସାରିଛି।ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହି ଭୟାନକ ଭୁତାଣୁର ମୁକାବିଲା ପାଇଁ ପରିମଳ, ପରିଷ୍କାର ଓ ପରିଚ୍ଛନ୍ନତା ସହ ମୁହଁକୁ ଆବୃତ ରଖିବା ଓ ସମାଜିକ ଦୂରତ୍ୱ ପାଳନ କରିବାକୁ ଗୁରୁତ୍ୱାରୋପ କରାଯାଇଛି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକରେ କୋଭିଡ ମୁକାବିଲା କ୍ଷେତ୍ରରେ ନିୟୋଜିତ ଥିବା ଜଣେ ନୋଡାଲ ଅଧିକାରୀ ଝାଡୁ ମାରି ରାସ୍ତା ସଫେଇ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।ଅଧିକାରୀ ଜଣକ ହେଲେ ଖରିଡା ପଞ୍ଚାୟତର ସୁଶାନ୍ତ କୁମାର ପାତ୍ର।ଗ୍ରାମବାସୀ ଙ୍କ ସୂଚନା ପ୍ରକାରେ ବାଉଁଶନଳ ବୋଝେଇ ହୋଇଥିବା କିଛି ଶଗଡ଼ ଗ୍ରାମକୁ ପ୍ରବେଶ କରିଥିବା ବେଳେ ନଡ଼ାପାଳ ଆଦି ପଡି ରାସ୍ତା ଅପରିଷ୍କାର ହୋଇ ପଡିଥିଲା।ଏହାକୁ ଦେଖି ନୋଡାଲ ଅଧିକାରୀ ଶ୍ରୀ ପାତ୍ର ୨ଜଣ ସ୍ବେଚ୍ଛାସେବୀ ଅନାମ ବେହେରା ଓ ଦେବ ବେହେରାଙ୍କ ସହଯୋଗରେ ରାତ୍ରୀ ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସଙ୍ଗରୋଧ କେନ୍ଦ୍ର ପର୍ଯ୍ୟନ୍ତ ଅଳିଆ ସଫେଇ କାମରେ ଲାଗି ପଡ଼ିଥିଲେ।କରୋନା ମୁକାବିଲା ପାଇଁ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କ ସମସ୍ତ ପ୍ରକାର ଅଭାବ ଅସୁବିଧା ପ୍ରତି ଦୃଷ୍ଟି ଦେଉଥିବା ଅଧିକାରୀଙ୍କ ଏଭଳି ସଚେତନ ପ୍ରତି ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ