ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଯାଜପୁର, ( ଯୁଗାବ୍ଦ ନ୍ୟୁଜ୍) : ରେଡକ୍ରସ କେବଳ ଅର୍ଥ ସଂଗ୍ରହ କରେନାହିଁ । ସେହି ଅର୍ଥରେ କିପରି ଦୁସ୍ଥ, ଅସହାୟ ଲୋକଙ୍କୁ ସାହାଯ୍ୟ କରାଯାଇ ପାରିବ ସେଥିପ୍ରତି ଉତ୍ତରଦାୟୀ ଭାବେ କାର୍ଯ୍ୟ କରେ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । ଶନିବାର ଅପରାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଳ୍ା ରେଡକ୍ରସ ଶାଖାର କାର୍ଯ୍ୟନିର୍ବାହୀ ଓ ସାଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ରେଡକ୍ରସର ସୃଷ୍ଟି ଦୁସ୍ଥ ଓ ଅସହାୟଙ୍କ ସେବା ପାଇଁ ବୋଲି କହିଥିଲେ । ଗତ ବର୍ଷ ଜିଲ୍ଳ୍ା ରେଡକ୍ରସର ପାଣ୍ଠି ସଂଗ୍ରହରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରି ରାଜ୍ୟପାଳଙ୍କ ଠାରୁ ସମ୍ୱର୍ଦ୍ଧିତ ହେବାର ଗୈାରବର କଥା । ସମସ୍ତଙ୍କ ସହଯୋଗରେ ଏହା ଯେପରି ଆହୁରି ସମୃଦ୍ଧ ହେବ ସେଥିପ୍ରତି କାର୍ଯ୍ୟ କରିବାକୁ ଜିଲ୍ଳ୍ାପାଳ ଆହ୍ୱାନ ଦେଇଥିଲେ । ରେଡକ୍ରସ ଏକ ପବିତ୍ର ଓ ସାହାଯ୍ୟକାରୀ ଅନୁଷ୍ଠାନ । ତେଣୁ ପ୍ରତ୍ୟେକ ଏହାକୁ ସହଯୋଗ କରିବାକୁ ଜିଲ୍ଳ୍ାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଅନୁରୋଧ କରିଚ୍ଥନ୍ତି । ଆମ ଜିଲ୍ଳ୍ା ରେଡକ୍ରସ ପକ୍ଷରୁ ଅନେକ ବ୍ୟବସ୍ଥା କରିଚ୍ଥି ଓ ଲୋକମାନେ ଊପକୃତ ହେଊଚ୍ଥନ୍ତି । ତେଣୁ ପ୍ରତ୍ୟେକ ସ୍ୱେଚ୍ଚ୍ଥାକୃତ ଭାବେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ରେଡକ୍ରସର ସଂପାଦକ ତଥା ସହକାରୀ ଜିଲ୍ଳ୍ାପାଳ କୁଳମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକ ପରିଚାଳନା କରିଥିଲେ । ୨୦୧୮-୧୯ ରେ ବିଭିନ୍ନ ବ୍ୟକ୍ତି ବିଶେଷ, ସରକାରୀ ଓ ବେସରକାରୀ ସଂଗଠନ, ଶିଳ୍ପ ସଂସ୍ଥା ଓ ଖଣି ମାଲିକଙ୍କ ଠାରୁ ରେଡକ୍ରସ ପାଇଁ ଟ.୭୭,୬୭,୫୦୧/- ଆଦାୟ ହୋଇଥିବା ବେଳେ ଟ. ୮୬,୧୧,୮୩୯/- ବିଭିନ୍ନ ବାବଦରେ ଖର୍ଚ୍ଚ ହୋଇଚ୍ଥି । ଜିଲ୍ଳ୍ା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ସହାୟତା ପାଇଁ ରେଡକ୍ରସ ପକ୍ଷରୁ ଟ. ୧୨,୪୪,୩୨୦/- ମୂଲ୍ୟର ଅଲଟ୍ରାସାଊଣ୍ଡ ମେସିନ ଯୋଗାଇ ଦିଆଯାଇଚ୍ଥି । ତେବେ ତାହାକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଜିଲ୍ଳ୍ାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ସମସ୍ତ ପୁଲିଂ ପର୍ସୋନେଲଙ୍କୁ ଏନ.ସି. କଲେଜ ଠାରେ ମିଠା ଦହି, ପାଣି, ଲେମ୍ୱୁ ପାଣି ଇତ୍ୟାଦି ପ୍ରଦାନ କରାଯାଇଥିଲା । ପ୍ରଚଣ୍ଡ ରୈାଦ୍ର ତାପରେ ଏଭଳି ବ୍ୟବସ୍ଥାକୁ ସମସ୍ତେ ପ୍ରଶଂସା କରିଥିଲେ ଓଏହାର ଭରପୁର ଊପଯୋଗକରିଥିଲେ । ଏନ୍.ସି. କଲେଜର ଚ୍ଥାତ୍ରୀ ମାନଙ୍କ ପାଇଁ ସାନିଟାରୀ ନାପକିନ୍ ଯୋଗାଣ ଓ ବ୍ୟବହୃତ ହେବାପରେ ସେଗୁଡିକୁ ନଷ୍ଟ ପାଇଁ ମେସିନର ବ୍ୟବସ୍ଥା କରାଯାଇଚ୍ଥି । ୨ ଟି ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନକୁ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରଦାନ କରାଯାଇଚ୍ଥି । ଦଶରଥପୁର ବ୍ଳ୍କ ଅନ୍ତର୍ଗତ କୁଆଁରପୁର ପ୍ରାଇମେରୀ ସ୍କୁଲ ଓ ବାଙ୍ଗରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୨ ଗୋଟି ସ୍ୱାସ୍ଥ୍ୟ ଶିବିର ଗତବର୍ଷ ଆୟୋଜିତ ହୋଇଚ୍ଥି । ଉତ୍କଳ ବାଳାଶ୍ରମକୁ ୨ ଟି ଏ.ସି., ଗୋଟିଏ ୱାସିଂ ମେସିନ ଓ ଅନ୍ତେବାସୀଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଚ୍ଥି । ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ବାଳାଶ୍ରମରେ ମିଷ୍ଟାନ୍ନ ଓ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ କମ୍ୱଳ, ମଶାରୀ ଇତ୍ୟାଦି ବଣ୍ଟନ କରାଯାଇଚ୍ଥି । ବିଭିନ୍ନ ବିପର୍ଯ୍ୟୟରେ ସହାୟତା ପାଇଁ ଯୁବ ରେଡକ୍ରସର ସ୍ୱେଚ୍ଚ୍ଥାସେବୀଙ୍କୁ ପ୍ରଶିକ୍ଷଣ ଓ ପ୍ରସ୍ତୁତ କରି ରଖାଯାଇଚ୍ଥି । ଅପର ପକ୍ଷରେ ଗୁରୁତର ରୋଗରେ ପୀଡିତ ଦୁସ୍ଥ ଅସହାୟ ଓ ଗରୀବ ରୋଗୀ ମାନଙ୍କୁ ନିୟମିତ ଆର୍ଥିକ ସହାୟତା ଓ ଓ÷୍ୟଷଧ ସହାୟତା ପ୍ରଦାନ କରାଯାଉଚ୍ଥି । ସେହିପରି ଏଚ୍.ଆଇ.ଭି. ଆକ୍ରାନ୍ତଙ୍କୁ ଚିକିତ୍ସା, ସ୍ୱାସ୍ଥ୍ୟ ପରୀକ୍ଷା ଓ ପୁଷ୍ଟିକର ଖାଦ୍ୟ ପାଇଁ ଅନୁଦାନ ପ୍ରଦାନ କରାଯାଉଚ୍ଥି ବୋଲି ସମୀକ୍ଷାରୁ ଜଣାଯାଇଥିଲା । ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ଟ୍ରପିଂ ଓ ମାନପତ୍ରକୁ ଜିଲ୍ଳ୍ାପାଳ ଶ୍ରୀ ଦାସ ସଦସ୍ୟ ମାନଙ୍କୁ ପ୍ରଦର୍ଶନ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ରେଡକ୍ରସର କଳେବର ବୃଦ୍ଧି ସହ ଅଧିକ ଋଦ୍ଧିମନ୍ତ କରାଯାଇପାରିବ ସେଥିପାଇଁ ଅନୁରୋଧ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ, ରେଡକ୍ରସର ସଦସ୍ୟ, ବେସରକରୀ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ସ୍ୱେଚ୍ଚ୍ଥାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ