୩୯୧୪ ଜଣ ପ୍ରବାସୀ ଓଡିଆ ବ୍ଲକ ଓ ଏନ୍ଏସି ସଙ୍ଗରୋଧ କେନ୍ଦ୍ରରେ

ବୁଗୁଡ଼ା (ଅନିଲ କୁମାର ମହାରଣା) : ବୁଗୁଡ଼ା ବ୍ଲକ ଓ ଏନ୍.ଏ.ସି.ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ମଇ ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ଅଛନ୍ତି ୩୯୧୪ ଜଣ ପ୍ରବାସୀ ଓଡିଆ। ବୁଗୁଡ଼ା ବ୍ଲକର ୨୧ଟି ପଞ୍ଚାୟତ ମଧ୍ୟରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୪୧୬୦ ଜଣ ପ୍ରବାସୀ ଓଡିଆଙ୍କୁ ରଖାଯିବା ପାଇଁ ବ୍ଲକ ପ୍ରଶାସନ ପ୍ରସ୍ତୁତି ବୋଲି ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ତେବେ ଆଜିସୁଦ୍ଧା ସେଥିମଧ୍ୟରୁ ୮୪ ଟି କେନ୍ଦ୍ରର୩୧୯୬ ଜଣ ପୁରୁଷ,୨୫୨ ଜଣ ମହିଳା, ଓ ୧୬୧ ପିଲା, ଏହିପରି ସମୁଦାୟ ୩୬୦୯ ଜଣ ପ୍ରବାସୀ ଓଡିଆ ରହିଛନ୍ତି। ଅବଶିଷ୍ଟ ଆଉ ୫୫୧ ଜଣଙ୍କୁ ରଖିବାକୁ ବୁଗୁଡା ବ୍ଲକ ସକ୍ଷମ ଥିବା ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ବୁଗୁଡ଼ା ଏନ୍.ଏ.ସି.ର ୭ ଟି ସଙ୍ଗରୋଧ କେନ୍ଦ୍ରରେ ୬୦୦ ଜଣଙ୍କୁ ରଖାଯିବାର ଯୋଜନା ହୋଇଥିବା ବେଳେ ଆଜସୁଦ୍ଧା ପ୍ରାୟ ୩୫୦ ଜଣ ପ୍ରବାସୀ ଓଡିଆଙ୍କୁ ରଖାଯାଇଥିବା ବେଳେ ଅବଶିଷ୍ଟ ୨୫୦ ଜଣଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଆସିଲେ ରଖାଯିବ ବୋଲି କହିଛନ୍ତି ବୁଗୁଡ଼ା ଏନ୍.ଏ.ସି. ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ