ନବବଧୂ କରୋନା ପଜିଟିଭ : କ୍ବାରେଣ୍ଟାଇନ୍‌ରେ ଗଲେ ବରଯାତ୍ରୀ

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବାହାଘରରେ ଜଣେ ବଧୂଙ୍କଠାରେ କରୋନା ପଜିଟିଭ୍‌ ଆସିବା ପରେ ୩୫ ଜଣ ବରଯାତ୍ରୀଙ୍କୁ କ୍ବାରେଣ୍ଟିନ୍‌ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସହରରେ ଜାଟଖେଡିଠାରେ ମେ ୧୮ ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସତଲାପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ ଏହି ବାହାଘରରେ ଯୋଗ ଦେଇଥିଲେ । ବାହାଘରରେ ବଧୂଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମ୍ପୃକ୍ତ ୩୫ ଜଣ ବରଯାତ୍ରୀଙ୍କୁ କ୍ବାରେଣ୍ଟିନ୍‌ କରାଯିବାସହ ଜାଟଖେଡିକୁ କଣ୍ଟେନେମଣ୍ଟ ଜୋନ୍‌ କରାଯାଇଛି।
ଏହି ବାହାଘରରେ ଅନୁମତିଠାରୁ ଅଧିକ ଲୋକେ ସାମିଲ୍‌ ରହିଥିଲେ । ଏକ ବସ୍‌ରେ ଏହି ସମସ୍ତ ବରଯାତ୍ରୀମାନେ ରହିଥିଲେ । ତେବେ ଏବେ ବାହାଘର ପାଇଁ କେବଳ ନିଜ ଗାଡିର ବ୍ୟବହାର କରିହେବ ବୋଲି ସୂଚନା ଦିଆଯାଇଛି । ବାହାଘରରେ ଉଭୟ ପକ୍ଷର ମୋଟ୍‌ ୫୦ ଜଣ ସଦସ୍ୟ ଉପସ୍ଥିତ ରହିପାରିବେ ବୋଲି ନିର୍ଦ୍ଦେଶ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ