ରଥଯାତ୍ରାରୁ ଡାଲମିଆ ସିମେଣ୍ଟର ଓଡ଼ିଶାର ପୁନଃ ନିର୍ମାଣରେ ସହଯୋଗର ଶୁଭାରମ୍ଭ

ଭୁବନେଶ୍ୱର, ଜୁଲାଇ ୫, ୨୦୧୯: ସାତ ଦଶନ୍ଧିରୁ ଭାରତର ଏକ ଅଗ୍ରଣୀ ସିମେଣ୍ଟ କମ୍ପାନୀ ଭାବେ ଖ୍ୟାତିଲାଭ କରିଥିବା ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ, ଚଳିତ ରଥଯାତ୍ରାରେ ‘ରିସର୍ଜେଂଟ ଓଡ଼ିଶା’ ବିଷୟବସ୍ତୁକୁ ଉପସ୍ଥାପନ କରିଛି । ପୁରୀ ବେଳାଭୁମିରେ ନିର୍ମିତ ଏକ ଅଭିନବ ସ୍ଥାପନା ମାଧ୍ୟମରେ କମ୍ପାନୀ ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ର ବିଭିଷିକା ପରେ ଅଞ୍ଚଳର ପୁନଃନିର୍ମାଣ ପାଇଁ ଡାଲମିଆ ସିମେଣ୍ଟ ଲିମିଟେଡ ଏବଂ ଓଡ଼ିଶାବାସୀ କିଭଳି ହାତକୁ ହାତ ମିଳାଇ ଠିଆ ହୋଇଛନ୍ତି ତାହା ଦର୍ଶାଯାଇଛି ।ଏହା ଜରିଆରେ ବାତ୍ୟା ମୁକାବିଲାରେ ଓଡ଼ିଶା ବାସୀଙ୍କ ଭୂୟସୀ ପ୍ରୟାସ, ଦେଢ ଲକ୍ଷ ଲୋକଙ୍କୁ ରିଲିଫ ପ୍ରଦାନ, ବୃକ୍ଷରୋପଣ, ବାସଗୃହ ଓ ଅନ୍ୟାନ୍ୟ ମରାମତି କାମକୁ ଦର୍ଶାଯାଇଛି । ଏଥିସହ, ‘ଙ୍ଗକ୍ସସଗ୍ଧର ବ ଜ୍ଞରଗ୍ଦଗ୍ଦବଶର’ କାର୍ଯ୍ୟକ୍ରମ ଜରିଆରେ ପର୍ଯ୍ୟଟକ ମାନେ ଓଡ଼ିଶାବାସୀଙ୍କ ଏକତା ନେଇ ବାର୍ତ୍ତା ଜଣାଇବାର ବ୍ୟବସ୍ଥା ଅଛି ।ଇନ୍ଦ୍ରଜିତ ଚାଟାର୍ଜୀ, ଡାଲମିଆ ସିମେଣ୍ଟର ପୂର୍ବାଞ୍ଚଳ ସେଲସ୍ ହେଡ୍ କହିଛନ୍ତି, “ରଥଯାତ୍ରା ଓଡ଼ିଶାବାସୀଙ୍କ ମୁଖ୍ୟ ପର୍ବ । ଚଳିତ ବର୍ଷ ରାଜ୍ୟବାସୀଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ରହିଥିବାରୁ ସେମାନଙ୍କର ଏହି ସଂଘର୍ଷରେ ଆମେ ନିଜକୁ ସାମିଲ କରିଛୁ । ଫନୀ ପରେ, ଓଡ଼ିଶାରେ ରିଲିଫ କାର୍ଯ୍ୟ, ବୃକ୍ଷରୋପଣ ପରି କାର୍ଯ୍ୟକରିବା ପାଇଁ ଆମ ପ୍ରୟାସ ଜାରିରହିଛି । ଯାହା ଫଳରେ ପୁଣି ଥରେ ଓଡ଼ିଶାବାସୀଙ୍କ ଜୀବନ ପୂର୍ବ ଭଳି ସ୍ୱାଭାବିକ ରହିବ । ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ଆମେ ପ୍ରତିଶୃତିବଦ୍ଧ । ଏହା ରାଜ୍ୟବାସୀଙ୍କ ଅପ୍ରାଣ ଚେଷ୍ଟା ପାଇଁ ଆମ ତରଫରୁ ପ୍ରଶଂସାପତ୍ର । ସାରା ବିଶ୍ୱ ଜାଣିବା ଦରକାର, କିପରି ଓଡ଼ିଶାବାସୀ କିଛି ଦିନ ତଳର କଷ୍ଟରୁ ବାହରି ଜୀବନ ଜିଇଁବାର ନୂଆ ଦିଗଦର୍ଶନ ଦେଇଛନ୍ତି । ଆମେ ଏଠି ଅଛୁ, ଓଡ଼ିଶା ସହିତ ଅଛୁ- ଜୋ ଭି ହୋ ହାଲାତ୍, ହମ୍ ହମେସା ହେ ଆପକେ ସାଥ୍” ।ରଥ ଯାତ୍ରା ଉପଲେକ୍ଷ ପୁରୀ ବେଳାଭୁମିରେ ଡାଲମିଆ ସିମେଣ୍ଟ ଦ୍ୱାରା ଗତ ଦୁଇ ବର୍ଷରୁ ବିଭିନ୍ନ ବିଷୟ ବସ୍ତୁକୁ ନେଇ କରାଯାଉଥିବା ପ୍ରୟାସ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିଛି । ୨୦୧୭ ମସିହାରେ, ମହାପ୍ରଭୁ ଜଗନ୍ନାଥଙ୍କ ରଥର ଅବିକଳ ଆକୃତିର ରଥ (ନନ୍ଦିଘୋଷ) ନିର୍ମାଣ କରାଯାଇଥିଲା, ଯାହା ଭକ୍ତମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ୨୦୧୮ରେ ହକି ଷ୍ଟାଡିୟମ ଆକୃତି କରାଯାଇଥିଲା । ଯାହା ବିଶ୍ୱକପ୍ ପୁରୁଷ ହକି ଆୟୋଜନରେ ଓଡ଼ିଶାର ଅବଦାନ ପ୍ରତି ଡାଲମିଆ ସିମେଣ୍ଟର ସମ୍ମାନ । ଚଳିତବର୍ଷ ମୋ ଓଡ଼ିଶା ପୁନଃନିର୍ମିତ ବିଷୟବସ୍ତୁ ଉପରେ ନିର୍ମିତ ସ୍ଥାପନା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଏହି ବିଷୟବସ୍ତୁ କୁ ନେଇ ପର୍ଯ୍ୟଟକଙ୍କ ପାଇଁ ଏକ ସେଲଫି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଛି । ପର୍ଯ୍ୟଟକ ମାନେ ସେଲଫି ନେଇ ଫେସବୁକ ପେଜରେ(https://www.facebook.com/MyDalmiaCement/) ଅପଲୋଡ କରି ବିଭିନ୍ନ ଉପହାର ପାଇପାରିବେ ।

ଡ଼ାଲମିଆ ଭାରତ ଗ୍ରୁପ୍ ସମ୍ପର୍କରେ -ସିମେଣ୍ଟ, ଚିନି ତଥା ରିଫ୍ରାକ୍ଟୋରି କ୍ଷେତ୍ରରେ ଡ଼ାଲମିଆ ଭାରତ ଗ୍ରୁପ୍ (www.dalmiabharat.com) ଏକ ପ୍ରମୁଖ ଶକ୍ତିଶାଳୀ ଭାରତୀୟ ମିଳିତ ପ୍ରତିଷ୍ଠାନ ଅଟେ । ଏହି ଗ୍ରୁପ୍ର ବାର୍ଷିକ ୧୦,୦୦୦ କୋଟିର ବ୍ୟବସାୟ ରହିଛି । ୧୯୩୯ରୁ କାର୍ଯ୍ୟକ୍ଷମ ହୋଇଥିବା ଭାରତୀୟ ଉତ୍ପାଦନ ଶିଳ୍ପରେ ଡ଼ାଲମିଆ ଭାରତ ଏକ ନିର୍ଣ୍ଣୟାତ୍ମକ ଭୂମିକା ଗ୍ରହଣ କରିଛି । ଏହାର ପ୍ରତ୍ୟେକ କାର୍ଯ୍ୟକ୍ଷମ କ୍ଷେତ୍ରରେ ଏହି ଗ୍ରୁପ୍ ନିଜକୁ ଅତି ସୁନ୍ଦର ଭାବରେ ବଜାର ପ୍ରବେଶ କରାଇ ପାରିଛି । ବହୁ ଘାତପ୍ରତିଘାତ ମଧ୍ୟରେ ୨୦୦୬ ମସିହାରୁ ଏହି ଗ୍ରୁପ୍ରେ ଆରମ୍ଭ ହୋଇଥିବା ସିମେଣ୍ଟ ବ୍ୟବସାୟ ଏହାର କ୍ଷମତା ଏବଂ ଉତ୍ପାଦନକୁ ଦୃଷ୍ଟିରେ ରଖି ସିମେଣ୍ଟ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ନେଇପାରିଛି । ଡ଼ାଲମିଆ ସିମେଣ୍ଟ ଏହାର କମ୍ କାର୍ବନ ଅବସ୍ଥିତିକୁ ନେଇ ସମଗ୍ର ବିଶ୍ୱରେ ଏକ ସବୁଜ ସିମେଣ୍ଟ ପ୍ରତିଷ୍ଠାନ ଭାବରେ ଲୋକପ୍ରିୟ ଅର୍ଜନ କରିଛି । ଭାରତରେ ଚିନିକୁ ନେଇ ବିଭିନ୍ନ ପ୍ରମୁଖ ଶିଳ୍ପରେ ଏହି ଗ୍ରୁପ୍ ଏକ ବିଶେଷ ଭୂମିକା ଗ୍ରହଣ କରିପାରିଛି । ରିଫ୍ରାକ୍ଟୋରି ଶିଳ୍ପ କ୍ଷେତ୍ରରେ ଏହି ଗ୍ରୁପ୍ ଗ୍ରାହକମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି ଏବଂ ଶକ୍ତି / ଉର୍ଜା କ୍ଷେତ୍ରରେ ଏହା ଉଜ୍ଜିବିତ ହେବା ପାଇଁ ନିଜର ପ୍ରଚେଷ୍ଠା ଜାରି ରଖିଛି ।  Visit us at http://www.dalmiacement.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ