ଭୈରବ ଉଚ୍ଚ ବିଦ୍ୟାଳୟରେ ବନୋମହତ୍ସବ ଓ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ
ବ୍ର୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) ବ୍ରହ୍ମପୁର ନିକଟସ୍ଥ ଭୈରବ ଉଚ୍ଚ ବିଦ୍ୟାଳୟରେ ୭୦ତମ ବନୋମହତ୍ସବ ଓ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ପ୍ରଧାନଶିକ୍ଷକ ନିରଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀ ସଞ୍ଜୟ ସାହୁ , ବନପାଳିକା ଶ୍ରୀମତି ରୁପା ପାଣିଗ୍ରାହୀ , ବନରକ୍ଷୀ ଅକ୍ଷୟ କୁମାର ତ୍ରୀପାଠୀ ଓ ସୁଜାତା କୁମାରୀ ସାହୁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟ ପ୍ରତିଷ୍ଠାତା ଉଦ୍ଧବ ବିଷୋୟୀଙ୍କ ପ୍ରତିମୁର୍ତ୍ତୀ ସମ୍ମୁଖରେ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନାନ୍ୟ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛ୍ରାକ୍ତ୍ୀଙ୍କୁ ପୁରସ୍କୃତ କରାଯାଇଥିଲା ।


