ନରେନ୍ଦ୍ରପୁରରେ ଅବ୍ୟବସ୍ଥା ଘେରରେ ବିଜୁଳି ବ୍ୟବସ୍ଥା
ଶେରଗଡ଼, (ଦେବୀ ପ୍ରସାଦ ସାହୁ): ଶେରଗଡ଼ ବ୍ଲକ୍ର ନରେନ୍ଦ୍ରପୁରରେ ମାତ୍ର ରୋଡ଼ର ୪ ଫୁଟ ଉଚ୍ଚତା ରେ ବାଉଁଶ ସାହାଯ୍ୟରେ ଝୁଲୁଚି ତାର । ସେହି ରାସ୍ତାଦେଇ ସହ ସହ ଲୋକ, ଗାଈ ଗୋରୁ ଯାତାୟତ କରୁଛନ୍ତି କିନ୍ତୁ ବିଜୁଳି ବିଭାଗ ର ନଜର ପୁଡୁନି । ଗ୍ରାମ ବାସୀ ଅଭିଯୋଗ କରିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଲୁନି । ଗ୍ରାମ ର ସରପଞ୍ଚ ଙ୍କୁ ଗ୍ରାମ ବାସି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଟ୍ରାନ୍ସଫର୍ମର ପାଖରେ ମଧ୍ୟ ବାଉଣ୍ଡରି ନାଇଁ ।ବିଜୁଳି ବିଭାଗ ର ଏପରି ଖାମ ଖିଆଲି କାର୍ଯ୍ୟ କୁ ଗ୍ରାମ ବାସୀ ନିନ୍ଦା କରୁଛନ୍ତି । ଯଦି ଏଥିରେ କାହାର ବି ପ୍ରାଣ ଯାଏଁ ତେବେ ଦାୟୀ କିଏ ହେବ । ଆମେ ଆପଣ ଙ୍କୁ ମନେ ପକେଇଦେଉଚୁ ଯେ ଆଜିକୁ ପ୍ରାୟ 3 ମାସ ପୂର୍ବେ ଗଞ୍ଜାମ ଜିଲ୍ଲାର (ଡଙ୍କଳ ପଡା ) ଠାରେ ବିଦ୍ୟୁତ ତାର ଲାଗି 15 ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଥିଲେ ପରିବେଶ ଶୋକ ର ଛାୟା ଖେଳିଯାଇଥିଲା ହେଲେ ମଧ୍ୟ ବିଦ୍ୟୁତ ବିଭାଗ ର ଚେତା ପଶୁନି । ଏଠି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଏପରି କାର୍ଯ୍ୟ ହେଉଛି ହେଲେ ଏ ସରକାର କାହା ପାଇଁ ଅଫିସର ମାନଙ୍କ ପାଇଁ ନା ସାଧାରଣ ଜନତା ଙ୍କ ପାଇଁ । ସରକାର କଣ ସେମାନଙ୍କୁ ପାରିଶ୍ରମିକ ଦେଉନାହାଁନ୍ତି ନା ବିଭାଗୀୟ ଅଧିକାରୀଙ୍କ ମନମାନି ଏହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଏହା ଉପରେ ନଜର ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି