ଦୁବାଇରେ ଫସିଛନ୍ତି ଖଲ୍ଲିକୋଟ ବ୍ଲକର ୧୭ ଶ୍ରମିକ
ଖଲ୍ଲିକୋଟ,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ରେ କୈାଣସି କ୍ଷୁଦ୍ର ଓ ମଧମ ଧରଣର ଶିଳ୍ପ ନଥିବାରୁ ବେକାରୀ ଯୁବକ ଦାଦନ ଦଲାଲ ମାନଙ୍କର ମିଛ ପ୍ରରୋଚନାରେ ପଡି ଓ ମୋଟା ଅଙ୍କର ଟଙ୍କା ପାଇବା ସହ ନିଜର ପରିବାର ପୋଷଣ କରିବା ନିମନ୍ତେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୈରାଶି ଓ ମାଣିକପୁର ଗ୍ରାମର ୧୭ ଜଣ ଯୁବକ ଦିନକୁ ମଜୁରୀ ସହ ଖାଇବାପାଇଁ ୨୦୦ ଟଙ୍କା ସମେତ େଓ÷ାଷଧ ଦେବା ନିମନ୍ତେ ଚୁକ୍ତିନାମା କରି ମାଣିକପୁର ଗ୍ରାମର କାର୍ତ୍ତିକ ଜେନା ଶ୍ରମିକ ପିଛା ୭୦ହଜାର ଟଙ୍କା ନେଇ ସମସ୍ତ ଙ୍କୁ ଦୁବାଇ ପଠାଇଥିଲେ । କିନ୍ତୁ ଦାଦନ ପାଇଁ ଯାଇଥିବା ୧୭ ଦାଦନଙ୍କୁ ଦରମା ଦେବା ବଦଳରେ ନିର୍ଯ୍ୟାତନା ଦେଉଥିବା ସହ ତାଙ୍କୁ ଚାରୀ ମାସର ଦରମା ମିଳିନଥିବା ଏକ ଭିଡିଓରେ ଜାରୀ କରିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ତୁରନ୍ତ ଫେରାଇ ନେବା ନିମନ୍ତେ ଅନୁରୋଧ କରିଛନ୍ତି । ୧୭ ଜଣ ଯୁବକଙ୍କ ପରିବାର ଖବର ଜାଣିବା ପରେ ଗଞ୍ଜାମ ଜିଲ୍ଲାପାଳ ,ଜିଲ୍ଲା ଶ୍ରମ ଅଧିକାରୀ , ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ସମେତ ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ବୈଦେଶିକ ମନ୍ତ୍ରାଳୟକୁ ଆବେଦନ କରି ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହ ଦଲାଲ ମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଛନ୍ତି ।