ଶରତ ଚନ୍ଦ୍ର ବଜ୍ରାଘାତ ରେ ମୃତ୍ୟୁ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ତାରାସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଅଡୁଆ ସାହି ରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ଶରତ ଚନ୍ଦ୍ର ନାୟକ ନାମକ ୬୦ ବର୍ଷ ବୟସ ର ଜଣେ ବ୍ୟକ୍ତି ଆଜି ବଦାଙ୍ଗି ଗ୍ରାମ ନିକଟରେ ଥିବା ଜଙ୍ଗଲ କୁ ଛେଳି ଚରାଇବା କୁ ନେଇଥିଲେ l ଅପରାହ୍ନ ୨ ଟା ରୁ ୪ଟା ଭିତରେ ଜୋରରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇଥିଲା l ସେହି ସମୟରେ ଶରତ ସେ ଜଙ୍ଗଲ ର ଠୁରିପଦର ନାମକ ଏକ ସ୍ଥାନ ର ବରଗଛ ତଳେ ଆଶ୍ରୟ ନେଇଥିବା ସମୟରେ ହଠାତ ବଜ୍ରାଘାତ ଯୋଗୁଁ ସେ ସେଠାରେ ଟଳିପଡିଲେ l ଶରତ ଙ୍କ ପୁଅ ନଣ୍ଡା ଖୋଜା ଖୋଜି କଲାପରେ ସେହି ଗଛ ତଳେ ଶରତ ମରି ପଡ଼ିଥିବାର ଦେଖି ଗାଁ ଲୋକ ଙ୍କୁ ଖବର ଦେବା ସହିତ ପୋଲିସ କୁ ମଧ୍ୟ ଖବର ଦେଇଥିଲେ l ଶରତ ବଜ୍ରାଘାତ ରେ ମୃତ୍ୟୁ କରିଥିବା ନେଇ ଥାନା ରେ ନଣ୍ଡା ନାୟକ ଅଭିଯୋଗ କରିଛନ୍ତି l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ମୃତ ଶରତ ର ଶରୀର କୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିବା ବେଳେ ପୋଲିସ ଘଟଣା ର ତଦନ୍ତ କରୁଛି l


