ଅଣ୍ଡା ବାଟିଂଲେ ଅଙ୍ଗନୱାଡ଼ି କର୍ମୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ନିଷ୍ପତି ପରିବର୍ତନ ପରେ ସ୍ୱଂୟ ସହାୟିକା ଗୋଷ୍ଠୀ ପରିବର୍ତେ ଅଙ୍ଗନୱାଡ଼ି କର୍ମୀ ମାନେ ପ୍ରାକ୍ ଶିକ୍ଷାର୍ଥୀ ଓ ଗର୍ଭବତୀ ପ୍ରସ୍ତୁତି ମାନଙ୍କୁ ଅଣ୍ଡା ବାଂଟିବା ଆରମ୍ଭ କରି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ୩ଟି ସ୍ୱଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ ଅଣ୍ଡା ବଂଟନ କରାଯିବାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହାକୁ ବିରୋଧ କରି ଅଲ୍ଓଡ଼ିଶା ଅଙ୍ଗନୱାଡ଼ି ମହିଳା କର୍ମୀ ସଂଘ ଆହ୍ୱାନରେ ଏହାକୁ ବିରୋଧ କରାଯାିବା ପରେ ପ୍ରଶାସନ ପକ୍ଷରୁ ନିଷ୍ପତି ପରିବର୍ତନ କରାଯାଇଥିଲା । ଉକ୍ତ ନିଷ୍ପତି ପ୍ରତ୍ୟାହାର ପରେ ଗଞ୍ଜାମ ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀ ମାନେ ଅଣ୍ଡା ଓ ଛତୁଆ ବାଂଟିବା ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରାଂଚଳର ଟି କେନ୍ଦ୍ର ଓ ବ୍ଳକର ଟି କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ମାନେ ପ୍ରାକ୍ ଶିକ୍ଷାର୍ଥୀଙ୍କ ଘରକୁ ଘର ବୁଲି ଅଣ୍ଡା, ଛତୁଆ ଓ ଶୁଖିଲା ଖାଦ୍ୟ ବଂଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ହିଞ୍ଜିଳିକାଟୁ ସମ୍ମନିତ ଶିଶୁ ବିକାଶ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ସମେତ ସୁପରଭାଇଜର ମାନେ ପୌରାଂଚଳ ଓ ବ୍ଳକର ବିଭିନ୍ନ କେନ୍ଦ୍ର ଅଧିନରେ ଅଧ୍ୟୟନ କରୁଥିବା ପ୍ରାକ୍ ଶିକ୍ଷାର୍ଥୀଙ୍କ ଘରକୁ ଘର ବୁଲି କାର୍ଯ୍ୟର ତଦାରଖ କରିଛନ୍ତି ।