ଲୋକାୟୁକ୍ତଙ୍କ ପଞ୍ଝାରେ ବ୍ୟୁରୋକ୍ରାଟ

(ଯୁଗାବ୍ଦ ନ୍ୟୁଜ) ରାଜ୍ୟରେ ଲୋକାୟୁକ୍ତ ଗଠନ ହେବା ପରେ ଏହାର ପ୍ରଥମ ଶିକାର ହୋଇଛନ୍ତି ଓଡିଶା ସରକାରଙ୍କର ବରିଷ୍ଠ ଆଇଏସ ଅଫିସର ତଥା ତଥା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁ ପଦ ସେଠୀ । ଲୋକାୟୁକ୍ତଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇ ପକ୍ଷ ରଖିବା ପାଇଁ କୁହାଯାଇଛି । ସେ ଅଗଷ୍ଟ ୧୯ ତାରିଖ ସୁଦ୍ଧା ନିଜର ପକ୍ଷ ରଖିବେ ବୋଲି ଶୁଣିବାକୁ ମିଳୁଛି । ଆଇଏସ ବିଷ୍ଣୁପଦ ସେଠୀଙ୍କ ବିରୁଦ୍ଧରେରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନୟମିତତାରେ ସଂପୃକ୍ତ ଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳଙ୍କ ଗତ ଜୁଲାଇ ୧ତାରିଖରେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ । ଶ୍ରୀ ପାକଳଙ୍କ କରିଥିବା ଅଭିଯୋଗ ଉପରେ ହୃଦୟଙ୍ଗମ କରି ଲୋକାୟୁକ୍ତ ୯ ତାରିଖରେ ଶ୍ରୀ ସେଠୀଙ୍କୁ ନୋଟିସ ଜାରୀ କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ