ପଠାଣି ସାମନ୍ତ ଗଣିତ ମେଧାବୃତ୍ତିରେ ଛାତ୍ରଙ୍କ କୃତିତ୍ୱ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ ଗାଙ୍ଗପୁର ଅନ୍ତର୍ଗତ ସିଆରିମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହିଂମାଶୁ ବିଷୋୟୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ପରୀକ୍ଷାରେ ୫୭ ନମ୍ବର ପାଇ ସୋରଡ଼ା ବ୍ଲକ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ହିଂମାଶୁ ବିଷୋୟୀ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ଗ୍ରାମର ବାସିନ୍ଦା। ତାଙ୍କ ପିତା ପ୍ରଦୀପ କୁମାର ବିଷୋୟୀ ଓ ମାତା ଝିଲି ବିଷୋୟୀ। ଛାତ୍ରଙ୍କ ଏହି ସଫଳତାରେ ବିଦ୍ୟାଳୟ ପରିବାର, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପାତ୍ରଙ୍କ ମାର୍ଗଦର୍ଶନ ସହ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସତ୍ୟ ନାରାୟଣ ସ୍ୱାଇଁ ଓ ସଞ୍ଜୟ କୁମାର ମେହେରଙ୍କ ଶିକ୍ଷାଦାନ ଓ ପ୍ରେରଣା ଛାତ୍ରଙ୍କ ସଫଳତାରେ ସହାୟକ ହୋଇଥିବା କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ