ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ ବାତିଲ ପାଇଁ କଂଗ୍ରେସର ମଶାଲ ଶୋଭାଯାତ୍ରା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ): କେନ୍ଦ୍ର ସରକାରଙ୍କ କଳା ଆଇନ ଏମ ଏମଡି ଆର ସଂଶୋଧିତ ଅଧିନିୟମ- ୨୦୨୬ ବାତିଲ ଉଚ୍ଚ ପାଇଁ ସାରା ଭାରତରେ କଂଗ୍ରେସ ଦଳ ଏବଂ ଇଣ୍ଡିମେଣ୍ଟ ତରଫରୁ ପ୍ରତିବାଦ ସଭା ଚାଲୁ ରହିଛି ।ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଆଜି ମଙ୍ଗଳବାର ସଂନ୍ଧ୍ଯା ୬ ଘଟିକା ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ହାତରେ ମଶାଲ ଏକ ବିଶାଳ ଶୋଭାଯାତ୍ରାରେ ଧରି ସହର ପରିକ୍ରମା କରି ଵିଜୁପଟନାୟକ ଛକ ପର୍ଯ୍ୟନ୍ତ ଆସିଥିଲେ ।ରାଜ୍ୟ ଓ କେନ୍ଦ୍ର ଡବଲ ଇଞ୍ଜିନ ସରକାରଙ୍କ ଖଣି ନିୟମ ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ – ୨୦୨୬ କଳା ଆଇନ ଦ୍ବାରା ଓଡାଶା ଭଳି ପଛୁଆ ଗରୀବ ରାଜ୍ୟରେ ପ୍ରଚୁର ରାଜସ୍ବ ଏବଂ ରୟାଲିଟି କ୍ଷତି ସହିବ ।ଯାହାକି ଓଡ଼ିଶାରେ ପ୍ରଗତିରେ ବାଧକ ସାଜିବ ।ତେଣୁ ତୁରନ୍ତ ପ୍ରତ୍ଯାହାର ଦାବି ନେଇ ପ୍ରତିବାଦ ସଭାରେ ନେତୃବୃନ୍ଦ କହିଥିଲେ ।ଏହି ଶୋଭାଯାତ୍ରାରେ ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦାଃ,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ଵରିଷ୍ଠ କଂଗ୍ରେସ ନେତା ବସନ୍ତ ପଟନାୟକ,ତିରିଂ ବ୍ଳକ କଂଗ୍ରେସ ସଭାପତି ଭାଗିରଥି ପାତ୍ରଙ୍କ ସମେତ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।


