ବିଶ୍ୱରେ ଓଡିଶାର କୃଷି ଉତ୍ପାଦିତ ଦ୍ରବ୍ୟକୁ ପରିଚୟ କରୁ ଓଡିଆ ସମାଜ : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ଭାରତ ସରକାର କୃଷି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି ଓଡିଶା ଗୋଟିଏ କୃଷି ପ୍ରଧାନ ଅଂଚଳ ହୋଇଥିବାରୁ ବର୍ତମାନ ସମୟରେ କୃଷି କ୍ଷେତ୍ରରେ ରାଜ୍ୟରେ ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ବର୍ତମାନର ଘଡିସନ୍ଧି ମୁହୂର୍ତରେ ବିଦେଶରେ ରହୁଥିବା ଓଡିଆ ଲୋକମାନେ ନିଜର ବୌଦ୍ଧିକ କ୍ଷମତାର ଉପଯୋଗ କରି ବିଶେଷ ଭାବରେ ଓଡିଶାର କୃଷି ଉତ୍ପାଦିତ
ଦ୍ରବ୍ୟକୁ ବିଶ୍ୱ ଦରବାରରେ ପରିଚୟ କରିବାର ଦାୟିତ୍ୱ ନିଅନ୍ତୁ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ୟୁରୋପ ମହାଦେଶର ୧୦ଟି ଦେଶରେ ରହୁଥିବା ଓଡିଆଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିବା ବେଳେ ବିଦେଶରେ ରହୁଥିବା ଓଡିଆ ସମାଜକୁ ଏପରି ଆହ୍ୱାନ କରିବା ସହ ନୂଆନୂଆ କଳ୍ପନା, ଟେକ୍ନୋଲୋଜି ମାଧ୍ୟମରେ କୃଷି ସମେତ ବ୍ୟବସାୟ ତଥା ଉଦ୍ୟୋଗକୁ ମଧ୍ୟ ସମୃଦ୍ଧ କରିବାକୁ ସେ କହିଛନ୍ତି । ସେହି ଏକବିଂଶ ଶତାବ୍ଦୀରେ ଭାରତ ତଥା ଓଡିଶାକୁ ବିଶ୍ୱର ବୌଦ୍ଧିକ ସୁଯୋଗର କେନ୍ଦ୍ରସ୍ଥଳି କରିବା ପାଇଁ ଆହ୍ୱାନ କରିଛନ୍ତି । ଭାରତରେ କରୋନାର ପ୍ରକୋପ ହ୍ରାସ ପାଇବାରେ ଲାଗିଛି । ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ଭାରତରେ ଅନଲକ୍ ହେବା ଆରମ୍ଭ ହୋଇଛି । ପ୍ରଧାମନ୍ତ୍ରୀଙ୍କ ଦୃରଦୃଷ୍ଟି କାରଣରୁ ଏହା ସମ୍ଭବ
ହୋଇପାରିଛି ବୋଲି ପ୍ରଧାନ କହିଛନ୍ତ ।


