ଅନ୍ଲାଇନ୍ରେ ମିଳିବ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ
କେରଳର ଜେଲରେ ସଜା କାଟୁଥିବା କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏବେ ଅନ୍ଲାଇନ୍ରେ ମିଳିବ । ତ୍ରିଶୂରସ୍ଥିତ ବୈୟୁର ସେଣ୍ଟ୍ରାଲ ଜେଲର କଏଦୀମାନଙ୍କୁ ସ୍ୱରୋଜଗାର ପାଇଁ ଖାଦ୍ୟ ପ୍ରସ୍ତୁତ ଏବଂ ପ୍ୟାକିଂ କରିବା ଦାୟିତ୍ୱ ଦିଆଯାଇଛି । ଖାଲି ଏତିକି ନୁହେଁ, ଏହି ଖାଦ୍ୟକୁ ମଧ୍ୟ ଅନ୍ଲାଇନ୍ରେ ବିକ୍ରି କରାଯିବାକୁ ଯୋଜନା ରଖାଯାଇଛି । ଜେଲ ଅଧିକାରୀ କୁହନ୍ତି, ଏହି ଖାଦ୍ୟ ଏବେ କେବଳ ଜେଲ୍ ବାହାର କାଉଣ୍ଟରରେ ବିକ୍ରି କରାଯାଉଛି । ପରେ ଅନ୍ଲାଇନ୍ ଡେଲିଭରି ପାଇଁ ଯୋଜନା ଚାଲିଛି । ଏଥିରେ ସ୍ପେଶାଲ ମେନୁର ଅର୍ଡର ମଧ୍ୟ ଦିଆଯାଇଛି । ଏହାର ନାଁ ରହିଛି “ଫ୍ରିଡମ୍ କମ୍ବୋ ଲଞ୍ଚ୍’ । ଏହି କମ୍ବୋ ପ୍ୟାକ୍ରେ ରହିଛି ୩୦୦ ଗ୍ରାମର ବିରିୟାନି, ଗୋଟିଏ ରୋଷ୍ଟେଡ୍ ଚିକେନ୍ ଲେଗ୍, ତିନୋଟି ରୁଟି, ଚିକେନ୍ ତରକାରୀ, ଆଚାର, ସାଲାଡ, ଗୋଟିଏ ପାଣି ବୋତଲ ଏବଂ ମିଠା । ଦାମ୍ ରହିଛି ୧୨୭ ଟଙ୍କା । ଏହି ଖାଇବା ପୁଣି କଦଳୀ ପତ୍ରରେ ମିଳିବ ।