କାନ୍ଥକୁ ଦାୟୀ କରି ଦୋଷ ଏଡାଇଲା ପ୍ରଶାସନ ବର୍ଷା ନେଲା ଜୀବନ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ ): ଅସ୍ତରଙ୍ଗ ବ୍ଲକ ସରିପୁର ପଞ୍ଚାୟତ ଜେନାପୁର ଗ୍ରାମରେ ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ମଙ୍ଗଳବାର ପୂର୍ବାହ୍ନ ସମୟରେ ବର୍ଷାରେ କାନ୍ଥ ପଡି ଗୁରୁତର ମହିଳାଙ୍କ ମୃତ୍ୟୁ ଘଟଣା ପ୍ରଶାସନର ଜିରୋ କାଜୁଆଲଟି ଦାବିକୁ ଫେଲ୍ କରି ଦେଇଛି। ସରକାର ପୂର୍ଣ୍ଣ ପ୍ରସ୍ତୁତ କହୁଥିବା ବେଳେ ଜଣେ ନିରୀହ ମହିଳା ଜୀବନ ହାରିଲେ। ମୃତ ମହିଳା ଜେନାପୁର ଗ୍ରାମର ଲୋଭାବତୀ ମୁଦୁଲି (୪୦)। ମଙ୍ଗଳବାର ସକାଳେ ପ୍ରବଳ ବର୍ଷାରେ ରୋଷେଇ ଘରେ ରୋଷେଇ କରୁଥିବା ବେଳେ କାନ୍ଥ ଭୁଶୁଡି ପଡି ସେ ଚାପି ହୋଇ ମୃତ୍ୟୁବରଣ କରିଥିଲେ। ପରିବାର ଲୋକେ ଭୁବନେଶ୍ୱର ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଅଭିଯୋଗ ଅନୁଯାୟୀ ବାତ୍ୟା ଆଲର୍ଟ ପରେ ବ୍ଲକ ପ୍ରଶାସନ କୌଣସି ଦୁର୍ବଳ ଘର ଚିହ୍ନଟ କରି ନାହିଁ ବାତ୍ୟା ଆଶ୍ରୟସ୍ଥଳୀ ଖୋଲି ନାହିଁ ଲୋକଙ୍କୁ ସଚେତନ କରି ନାହିଁ। କେବଳ ମିଟିଂ ଓ ଫଟୋରେ ପ୍ରସ୍ତୁତି ସରିଛି ।ଯାହା ଜନ ସାଧାରଣ ମତଦେଇଛନ୍ତି । ଗଣମାଧ୍ୟମରେ ଖବର ପ୍ରକାଶ ପରେ ବୁଧବାର ପୂର୍ବାହ୍ନରେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ଅତିରିକ୍ତ ତହସିଲଦାର ଅମିତ ରୟ,ଥାନା ଅଧିକାରିଣୀ ରୀତା ବେହେରା, ବିଡିଓ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ସ୍ୱାମୀ ପ୍ରଶାନ୍ତ ମୁଦୁଲିଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଥାନାରେ କେସ ନଂ ୨୮୦/୨୬ ରୁଜୁ ହୋଇଛି । ହେଲେ ତହସିଲଦାର କହିଛନ୍ତି କାନ୍ଥ ୫ ଇଞ୍ଚିଆ ମାଟି ବେସ ଉପରେ ଥିଲା ଦୁର୍ବଳ ଥିଲା ଅସ୍ତରଙ୍ଗରେ ବାତ୍ୟା ପ୍ରଭାବ ନାହିଁ । ନ୍ୟୁଜ ରୁ ଦେଖିଲୁ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ ହୋଇଛି। ସେ ଜାଗାରେ ପହଂଚି ତଦନ୍ତ କଲୁ। ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିଛୁ। ବର୍ଷା ଓ ବାତ୍ୟାର ପ୍ରଭାବ ଅସ୍ତରଙ୍ଗ ଅଂଚଳରେ ଏତେ ପରିମାଣର ନାହିଁ। ଦୁର୍ବଳ କାନ୍ଥଟି ଥିଲା କାନ୍ଥ ଟି ମାଟିର ବେସ ଉପରେ ତିଆରି ହୋଇଥିଲା ୫ଇଞ୍ଚିଆ । କାନ୍ଥ ଟି ଦୁର୍ବଳ ଥିବା ହେତୁ ମହିଳା ଜଣକ ରୋଷେଇ କରୁଥିଲେ ତାଙ୍କ ଉପରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ରାଜ୍ଵସ ନିରୀକ୍ଷକ ତଦନ୍ତ କରିଛନ୍ତି ଉଚ୍ଚ ଅଧିକାରୀ ଦେବୁ।ଅର୍ଥାତ ଦୋଷ ମୃତ ମହିଳାର । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ । ଗୋଟିଏ ଜୀବନର ମୂଲ୍ୟ ୧୦ ହଜାର କି? ଏହା ପ୍ରାକୃତିକ ମୃତ୍ୟୁ ନୁହେଁ, ପ୍ରଶାସନର ହତ୍ୟା ବୋଲି ଗ୍ରାମବାସୀ କହିଛନ୍ତି। ମୃତ ପରିବାରକୁ ପୂର୍ଣ୍ଣ କ୍ଷତିପୂରଣ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ