ଇଣ୍ଡିଆନ ଅଏଲ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ୱଚ୍ଛତାକୁ ଅଗ୍ରାଧିକାର ଦେବା ପରିପ୍ରେକ୍ଷୀରେ ଜୁଲାଇମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ ସ୍ୱଚ୍ଛତାପକ୍ଷ ପାଳନସମଗ୍ର ଦେଶରେ ଆୟୋଜନ କରାଯାଉଛି । ‘ସ୍ୱଚ୍ଛଭାରତ’ପ୍ରତିଭାରତରମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ପିତ ମନୋଭାବ ଏବଂ ଦୃଢ ପ୍ରତିବଦ୍ଧତା, ସମାଜକୁସ୍ୱଚ୍ଛଏବଂ ନିର୍ମଳରଖିବା ଦିଗରେସମଗ୍ର ଦେଶବାସୀଙ୍କ ଥିବାଦାୟିତ୍ୱବୋଧତାକୁ ଆହୁରି ସୁଦୃଢ କରିପାରିଛି, ଯାହାକିବର୍ତ୍ତମାନ ସମୟରେ ଏକ ପ୍ରମୁଖ ବିଷୟ ହୋଇ ପାରିଛି । ଏହି ଅବସରରେ, ଇଣ୍ଡିଆନ୍ ଅଏଲ ପକ୍ଷରୁ “ସ୍ୱଚ୍ଛତାପକ୍ଷ ପାଳନ” ଅନ୍ତର୍ଗତ ଏକ ସ୍ୱଚ୍ଛତା ଭିତ୍ତିକ କାର୍ଯ୍ୟକ୍ରମ ପୁରୀ ଜିଲା ଗୁଣ୍ଡିଚା ମନ୍ଦିରରେ ଆରମ୍ଭ କରାଯାଇଛି । ଗୁଣ୍ଡିଚା ମନ୍ଦିରରେ ୯ ଦିନ ବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥଯାତ୍ରା ସମାପ୍ତ କରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଏବଂ ଆଜି ଶ୍ରୀଜୀଉଙ୍କୁ ଲକ୍ଷ ଲକ୍ଷ ଭକ୍ତ ସୁନାବେଶରେ ଦର୍ଶନ କରିବେ । ଗତକାଲିଏହି ପବିତ୍ରବାହୁଡ଼ା ଯାତ୍ରା ଅବସରରେ ଶତାଧିକ ଭକ୍ତ ପୁରୀ ତଥା ଗୁଣ୍ଡିଚା ମନ୍ଦିରରେ ଉପସ୍ଥିତରହି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭକରିଛନ୍ତି । ଏଣୁ, ଗୁଣ୍ଡିଚା ମନ୍ଦିର ଏବଂ ବଡ଼ଦାଣ୍ଡକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ନିମନ୍ତେ ଏକ ସ୍ୱଚ୍ଛତା ଅଭିଯାନର ଆବଶ୍ୟକତା ରହିଛି । ଏହି ସ୍ୱଚ୍ଛତାକୁ ବଜାୟ ରଖିବା ନିମନ୍ତେ ଇଣ୍ଡିଆନ ଅଏଲର ଜେନେରାଲ ମ୍ୟାନେଜର (ଏଚ୍ଆର୍-ସିଏସ୍ଆର୍) ଶ୍ରୀ ଦେବୀପ୍ରସାଦ ଶତପଥୀ ତୈଳ ଉଦ୍ୟୋଗର ଅନ୍ୟାନ୍ୟ ବରିଷ୍ଠ ଅଫିସରମାନଙ୍କସହିତ ପ୍ରାୟ ୩ ଘଣ୍ଟାରସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଥିଲେ । ମାନ୍ୟବର ବିଧାୟକ, ପୁରୀ ଶ୍ରୀ ଜୟନ୍ତ ଷଢଙ୍ଗୀ ମଧ୍ୟ ଏହି ଅଭିଯାନରେ ପୂର୍ଣ୍ଣ ସହଯୋଗ ଦେଇଥିଲେ । ଇଣ୍ଡିଆନ ଅଏଲ୍ରଏହି ଅଭିନବ ପ୍ରୟାସକୁ ବିଧାୟକ ଶ୍ରୀ ଷଢଙ୍ଗୀ ଉଚ୍ଚ ପ୍ରଂଶସା କରିଥିଲେ । ତୈଳ ଉଦ୍ୟୋଗର ସମସ୍ତ ଡିଲର, ବିତରକଙ୍କ ସମେତ ପୁରୀ ଜିଲାର ପ୍ରାୟ ୨୦୦ ସ୍ୱେଚ୍ଛା ସେବୀଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ଶ୍ରୀଶତପଥୀ ସ୍ୱେଚ୍ଛା ସେବୀମାନଙ୍କୁ ଏକ ସ୍ୱଚ୍ଛ ପରିବେଶର ଉପାଦେୟତା ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରିରହିବ, ପରିବେଶକୁ ସ୍ୱଚ୍ଛ, ନିର୍ମଳ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ସେ ସାଧାରଣ ଜନତାଙ୍କୁ ମଧ୍ୟ ଉତ୍ସାହିତ କରିବା ନିମନ୍ତେ କହିଥିଲେ ଯେ,ସ୍ୱଚ୍ଛତା କୌଣସି ଏକ ସମୟ ସୀମା ମଧ୍ୟରେ ଆବଦ୍ଧ ନ ରହି ଆମ ଅଭ୍ୟାସ ଏବଂ ଜୀବନ ଶୈଳୀ ମଧ୍ୟରେ ପ୍ରବେଶ କରିବା ଉଚିତ ।