ଦିଲ୍ଲୀ ଫେରନ୍ତା ଦମ୍ପତି ଙ୍କ ପାଇଁ ଅଡ଼ୁଆରେ ଆଗ୍ରହ।ଟ ପଞ୍ଚାୟତ ବାସି
ଚୌଦ୍ଵାର, (ଦୀପକ କୁମାର ବେଉରା):ମହାମାରୀ କରାେନା ଦିନକୁ ଦିନ କାୟାବିସ୍ତାର କରୁଛି। ଓଡ଼ିଶା ରେ କାରୋନା ପାଜେଟିଭ୍ ସାଧାରଣତଃ ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆମାନଙ୍କ ମଧ୍ୟରେ ଚିହ୍ନଟ ହୋଇଥିବା ଜଣାପଡିଛି। କିନ୍ତୁ ପ୍ରାୟ ସ୍ଥାନରେ ଏହି ବାହାର ରାଜ୍ୟରୁ ଫେରନ୍ତା ଓଡ଼ିଆ ପ୍ରବାସୀ ମାନେ କୋଭିଡ୍ ନିୟମକୁ ଉଲ୍ଲଂଘନ କରୁଥିବାର ଦେଖାଯାଇଛି।ଏହି ପରି ଏକ ଘଟଣା ଘଟିଛି ଅାଗ୍ରାହାଟ ପଞ୍ଚାୟତ ର ମଙ୍ଗଳପୁର ଗ୍ରାମରେ। ଉକ୍ତ ଗ୍ରାମର ଏକ ଦମ୍ପତି ଦିଲ୍ଲୀ ରୁ ନିଜ ଗ୍ରାମ ମଙ୍ଗଳପୁର କୁ ଫେରିଛନ୍ତି।ନିୟମ ଅନୁଯାୟୀ ସେମାନେ ସଂଗାରୋଧ କେନ୍ଦ୍ରରେ ନ ରହି ସିଧା ନିଜ ଘରକୁ ଚାଲିଗଲେ। ଖବର ପାଇ ଗ୍ରାମବାସୀ ସେମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ସଂଗରୋଧ୍ କେନ୍ଦ୍ର କୁ ଯିବାକୁ ରାଜି ହେଉ ନାହାନ୍ତି ।ଅନ୍ୟ ପକ୍ଷେ ଗ୍ରାମବାସୀ ଚୌଦ୍ଵାର ଥାନା କୁ ଉକ୍ତ ବିଷୟ ରେ ଅବଗତ କରାଇଥିଲେ ଘରେ ରହିବା ପାଇଁ ପୋଲିସ ତାଗିଦ କରିଛନ୍ତି ଏହି ଘଟଣାରେ ସମଗ୍ର ମଙ୍ଗଳପୁର ଗ୍ରାମରେ କୋକୁଆ ଭୟ ଖେଳିଯାଇଛି।