ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଦିଗପହଣ୍ଡିି, (ଯୁଗାବ୍ଦ ନ୍ୟୁଜ) : ଗ୍ରାମ୍ୟ ଉନ୍ନୟନ ବିଭାଗ ଦିଗପହଣ୍ଡି ସବ୍ଡିଭିଜନ୍ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ସୋମବାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ କାର୍ଯ୍ୟରତ ଇଂ ପ୍ରଭାତ କୁମାର ପାଣିଗ୍ରାହୀଙ୍କୁ ଓଡିଶା ସେତୁ ନିର୍ମାଣ ନିଗମ (ଓବିସିସି) ଭୂବନେଶ୍ୱର ନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିବା ବେଳେ ତାଙ୍କ ସ୍ଥାନରେ ସମ୍ପ୍ରତ୍ତି ହିଞ୍ଜିଳିକାଟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବାଦଲ କୁମାର ପାଢୀ ଭାରପ୍ରାପ୍ତ ଭାବେ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣାପଡିଛି । ସୋମବାର ପି.କେ. ପାଣିଗ୍ରାହୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଇଂ ବାଦଲ ପାଢୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ବିଭାଗୀୟ କର୍ମଚାରୀ ମାନଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ଦିଗପହଣ୍ଡି ଡିଭିଜନ୍ ଅଧିନରେ କାର୍ଯ୍ୟରତ ଶିବରାମ ସାହୁ, ଶିବରାମ ସୁବୁଦ୍ଧି, କେ.କେ.ଉପାଧ୍ୟାୟ, ପ୍ରକାଶ ସାହୁ, ବଂଶୀଧର ସେଠୀ, ଡି.ରବିକୁମାର, ଗିରିଶ ବେହେରା ପ୍ରମୁଖ ଯନ୍ତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିବରାମ ଜେନା, ଗୋପାଳ ପାଣଗ୍ରାହୀ, ବାବୁଲା ବେହେରା ପ୍ରମୁଖ କର୍ମଚାରୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚିନ୍ ପାଢୀ, ପ୍ରଶାନ୍ତ ପ୍ରଧାନ, ସନ୍ତୋଷ ଜେନା, ଅଳୟ ଦାସ, ବୁଲୁ ସାହୁ, ଚକ୍ରପାଣି ପଣ୍ଡା, ଉମା ପାଣିଗ୍ରାହୀ, ଅଶୋକ ସ୍ୱାଇଁ, ପ୍ରଦୀପ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଠିକାଦାର ଉପସ୍ଥିତ ଥିଲେ ।