ଶ୍ୱଶୁର ଗୁଳିରେ ବୋହୂ ମୃତ, ବନ୍ଧୁକ ଜବତ

ଶେରଗଡ଼/ସୋରଡ଼ା, (ଓ୍ୱାଇଏନ୍‌ଏସ୍‌): ବାପା ପୁଅ ମଧ୍ୟରେ ୫୦୦୦୦ ଟଙ୍କା ଋଣକୁ ନେଇ ପ୍ରଥମେ ବଚସା ଓ ପରେ ବାପା ରାଗି ଯାଇ ଏକ ଦେଶୀ ବନ୍ଧୁକ ଦ୍ୱାରା ନିଜ ପୁଅକୁ ଲକ୍ଷ ଭେଦ କରି ଗୁଳି କରୁଥିବା ସମୟରେ ବୋହୁ ଗୁଳି ସାମ୍ନାକୁ ଚାଲି ଆସିଥିଲେ ଫଳରେ ଘଟଣା ସ୍ଥଳରେ ବୋହୂର ମୃତ୍ୟୁ ହୋଇଥିଲା। ମୃତକ ଜଣକ ରଶ୍ମିତା ମଲ୍ଲିକ ବୋଲି ଜଣାପଡିଛି । ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବାରଭରଣିଆ ଠାରେ, ଗୁଳି କରି ଶ୍ୱଶୁର ଜଙ୍ଗଲ ଭିତରକୁ ଚାଲି ଯାଇଛି। ସୂଚନା ମୁତାବକ ପୁଅ ମିଟୁ ମଲ୍ଲିକର ତିନିମାସ ତଳେ ବିବାହ ହୋଇଥିଲା।ବିବାହ ଖର୍ଚ୍ଚ ବାବଦକୁ ୫୦୦୦୦ ଟଙ୍କା ବାକି ରହିଥିଲେ।ବାପା ପୁଅକୁ ଟଙ୍କା ସୁଝିବା କଥା କହିବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ବାପା ପ୍ରଫୁଲ୍ଲ ମଲ୍ଲିକ ଉତକ୍ଷିପ୍ତ ହୋଇ ନିଜ ଘରେ ରଖିଥିବା ଦେଶୀ ଶିକାର ବନ୍ଧୁକରେ ପୁଅକୁ ଗୁଳି ମାରୁଥିବା ସମୟରେ ବୋହୁ ଆଗକୁ ଆସି ନିଜେ ଗୁଳିରେ ଟଳି ପଡିଥିଲା। ପୁଣି ପୁଅ ନିଜକୁ ବଞ୍ଚାଇ ବାକୁ ଘଟଣା ସ୍ଥଳରୁ ଜଙ୍ଗଲ ଆଡକୁ ଦୌଡ଼ି ଥିଲା ବାପା ମଧ୍ୟ ତା ପଛେ ପଛେ ମାରିବକୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି। ବଡଗଡ଼ ପୋଲିସ ଟିମ ପହଂଚି ବାପା ପୁଅକୁ ଖୋଜିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଚଳାଇଛି, ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ