ଶେରଗଡ଼ ତିନି ଛକ ନିକଟରେ ବର୍ଷା ପାଣି ୬ଫୁଟ ଜମିଲା,୧୦୦ଚାଷୀ ଙ୍କ ଚାଷ କାର୍ଯ୍ୟ ବାଧାପ୍ରାପ୍ତ

ଶେରଗଡ଼, (ଦେବୀ ପ୍ରସାଦ ଦାଶ):ଶେରଗଡ଼ ବ୍ଲକ ବୁଧବାର ଠାରୁ ମୌସୁମୀ ବର୍ଷା ଆରମ୍ଭ ହୋଇଛି।ଗତ ୪ଦିନ ମଧ୍ୟରେ ୩୦୦ମିମି ବର୍ଷା ହୋଇଛି।ଶନିବାର ସନ୍ଧ୍ୟା ବର୍ଷା ଲାଗିରହିଛି।ଫଳରେ ଶେରଗଡ଼ ତିନି ଛକକୁ ଲାଗି ୫୦୦ଭରଣ ଜମିରେ ପାଣି ଜମି ରହିଛି।ଫଳରେ ପାଟପଲ୍ଲୀ, ଶେରଗଡ଼ ଗ୍ରାମର ଶତାଧିକ ଚାଷୀଙ୍କ ଜମି ପାଣି ଜମି ରହୁଛି।ଚାଷୀ ମାନେ ଧାନ ବୁଣିବାରେ ବାଧକ ସାଜିଛି।ଉକ୍ତ ପାଣି ନିଷ୍କାସନ ନହୋଇ ଜମି ରହିଛି।ଶନିବାର ସନ୍ଧ୍ୟା ସୁଧା ୬ଫୁଟ ପାଣି ଜମି ରହିଛି।ଫଳରେ ଶେରଗଡ଼ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।ଉକ୍ତ ପାଣି ଜମି ରହିବା ଫଳରେ ଶେରଗଡ଼ ବଡ଼ଦାଣ୍ଡ ସାହି, ବାଲିସାହି, ର ମୁଣିସାହି, ତୋଟାସାହି,ବ୍ଲକ ନିକଟ ସାହି ରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି।ଉକ୍ତ ବର୍ଷା ପାଣି ଜମି ରହିବା ବେଳେ ନିଷ୍କାସନ ପାଇଁ ଶେରଗଡ଼ ର କେହି କର୍ଣପାତ କରୁନାହାନ୍ତି।ଫଳରେ ପ୍ରତିବର୍ଷ ଲଗାଣ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ନାଳ ନର୍ଦ୍ଧମା,ପୂର୍ତ୍ତ ବିଭାଗ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଶେରଗଡ଼ ଓପାଟପଲ୍ଲୀ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଶନିବାର ସନ୍ଧ୍ୟାରେ ପାଟପଲ୍ଲୀ ଗ୍ରାମର ଚାଷୀ ମାନେ ପାଣି ନିଷ୍କାସନ ନିମନ୍ତେ ଏକ ଅଭିଯୋଗ ପତ୍ର ବିଡ଼ିଓ ସୁରଞ୍ଜନ କୁମାର ସାହୁ,ତହସିଲଦାର ଡ଼.ଦୟାସିନ୍ଧୁ ପରିଡା ଓ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।ମାନ୍ୟବର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ଦୃଷ୍ଟି ଦେବାକୁ ଶେରଗଡ଼ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ