ଟିକଟକ ସେଲଫି ନେବା ବେଳେ ନଦୀରେ ବୁଡି ଯୁବକ ମୃତ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମୋବାଇଲରେ ଟିକଟକ ସେଲଫି ନେବା ବେଳେ ନଦୀରେ ବୁଡି ଜନୈକ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଗ୍ରାମର ସେକ ଯାନିଙ୍କ କଲେଜ ପଢୁଆ ପୁଅ ସେକ ସଚିନ(୧୭) ଆଜି ସ୍ଥାନୀୟ ବ୍ରାହ୍ମଣୀ ନଦୀରେ ଅନ୍ୟ ୨ଜଣ ସାଙ୍ଗଙ୍କ ସହିତ ଟିକଟକ ସେଲଫି ନେଉଥିବା ବେଳେ ନଦୀରେ ବୁଡିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ଜଣ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି । ସ୍ଥାନୀୟ ଅଚଂଳରେ ଏଥିନେଇ ଶୋକର ଛାୟା ଖେଳିଯାଇଛି ।