ବ୍ରହ୍ମପୁର ବିଭିନ୍ନ ସ୍ଥାନରେ ମାପ ଓ ଓଜନ ବିଭାଗର ଚଢଉ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟଙ୍କର ତତ୍ତ୍ୱାବଧାନରେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଏବଂ ବୈଧ ମାପ ବିଜ୍ଞାନ ବିଭଆଗର ମିଳିତ ଉଦ୍ୟମରେ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳକୁ ଚଢାଉ କରାଯାଇଥଇଲା । ସହରର ବିଭିନ୍ନ ଗୋଦାମ, ପେଟ୍ରୋଲ ପମ୍ପ , ଦୋକାନ ପ୍ରଭୃତି ଉପରେ ଚଢାଉ କରାଯାଇ ମାପ ଓଜନ ନିୟମ ଖିଲାପ କରିଥିବା ଦୋକନ ବା ଗୋଦାମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୫୯୦୦ ଜୋରିମାନ ଆଦାୟ କରାଯାଇଛି । ଏହି ଚଢାଉରେ ଅତିରିକ୍ତ ତହସିଲଦାର ଜ୍ଞାନଦିତ ତ୍ରୀପାଠୀ , ସରକାରୀ ନିୟୋଜକ ବିନୟ କୁମାର ଦାସ, ବରିଷ୍ଠ ନିରିକ୍ଷକ ସତ୍ୟସତ୍ୟଜିତ ବିଶ୍ୱାଳ , ଶିଶିର ସାହୁଙ୍କ ସମେତ ବିଭାଗର ଅନ୍ୟମନେ ଯୋଗଦେଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ