ପାଗଳ ମାଙ୍କଡ଼ କାମୁଡ଼ାରେ ୧୫ରୁ ଉର୍ଦ୍ଧ୍ୱ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ ୪ ଦିନ ଧରି ହିଞ୍ଜିଳିକାଟୁ ବ୍ଳକ ଦୟାନିଧିପୁର ଶାସନ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ଼ କାମୁଡ଼ାରେ ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ନେଇ ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ବନବିଭାଗ କର୍ମଚାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ । ସୋମବାର ସଂପୃକ୍ତ ଗ୍ରାମର ଶତାଧିକ ବ୍ୟକ୍ତି ବନବିଭାଗ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ସଜବାଜ ହେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ବନବିଭାଗ କର୍ମଚାରୀ ସଂପୃକ୍ତ ଗ୍ରାମରେ ପଂହଚି ପାଗଳ ମାଙ୍କଡ଼କୁ କାବୁ କରିବା ପାଇଁ ପଂହଚିଥିଲେ । ଖବର ଲେଖା ହେବା ସୁଦ୍ଧା ବନବିଭାଗ କର୍ମଚାରୀ ପାଗଳ ମାଙ୍କଡ଼କୁ କାବୁ କରିପାରିନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ