ନିଖିଳ ଓଡିଶା ପନ୍ଦରା ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ର୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ନିଖିଳ ଓଡିଶା ପନ୍ଦରା ସମାଜର ଚତୁର୍ଥ ବାର୍ଷିକ ଉତ୍ସବ ବ୍ରହ୍ମପୁର ଗୋଷାଣୀ ନୂଆଁଗାଁ ଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ରାଜ୍ୟ ସଭାପତି ଅମର କୁମାର ବେହେରା ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା , ପାରଳାଖେମୁଣ୍ଡି ବିଧାୟକ କେ.ମୋହନ ରାଓହେଯାଗ ଦେଇଥିଲେ । ଏହି ବୈ÷ଠକରେ ବିଧାୟକ ବିକ୍ରମ ପଣ୍ଡା ପନ୍ଦରା ସମାଜର ସମସ୍ୟା ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇବା ପାଇଁ ପ୍ରତିଶୃତି ଦେଇଥିବାବେଳେ ପନ୍ଦରା ଚାଷୀମାନଙ୍କୁ କ୍ଷୁଦ୍ର ଚାଷୀର ମାନ୍ୟତା, ରିହାତୀ ଦରରେ କୃଷି ଉପକରଣ ପ୍ରଦାନ, ବିପର୍ଯ୍ୟୟରେ ସହାୟତା ପ୍ରମୁଖ ବିଭିନ୍ନ ସମସ୍ୟାର ଏକ ଦାବି ପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ନରସିଂହ ବେହେରା , ବିଜୟ କୁମାର ବାଡତ୍ୟା, ଡମ୍ବୁରୁ ଧର ବେହେରା, ଜଗନ୍ନାଥ ବାଡତ୍ୟା, ମାଧବ ବାଡତ୍ୟାପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ