ସଦସ୍ୟତା ଅଭିଯାନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ବିଜେପିର ଲକ୍ଷ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) – ଓଡିଶାରେ ବିଜେପି ଏକ ବଡ ରାଜନୈତିକ ଶକ୍ତି ଭାବେ ଠିଆ ହୋଇଥିବା ବେଳେ ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ବିଜେପିକୁ ଆହୁରି ଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ବିଜେପିର ସଦସ୍ୟତା ଅଭିଯାନ ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ଯୋଡିବାର ଆବଶ୍ୟକତା ରହିଛି ବୋଲି ସାମାଜିକ ଗଣମାଧ୍ୟମରେ ଦଳୀୟ କାର୍ୟ୍ୟକର୍ତାଙ୍କୁ ଆହ୍ୱାନ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ

। ସୁଚନାଯୋଗ୍ୟ, ଜୁଲାଇ ୬ରୁ ଆରମ୍ଭ ହୋଇଥିବା ବିଜେପି ସଦସ୍ୟତା ଅଭିଯାନର ୯ନେତୃତ୍ୱ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ ଦଳର ରାଷ୍ଟ୍ରୀୟ କାର୍ୟ୍ୟକାରୀ ସଭାପତି ଜେ.ପି ନଡ୍ଡା ନେଉଛନ୍ତି । ଆସନ୍ତା ୧୧ ଅଗଷ୍ଟ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ସଦସ୍ୟତା ଅଭିଯାନର ଲକ୍ଷ୍ୟ ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବା । ପୂର୍ବରୁ ଦଳରେ ସାମିଲ ହୋଇଥିବା ଏବଂ ନୂଆ କରି ଦଳରେ ଯୋଗଦେଇଥିବା ଲୋକଙ୍କର ଆଗ୍ରହ ଅନୁସାରେ ସେମାନଙ୍କୁ ଏହି ଅଭିଯାନରେ ଯୋଡିବା ଯୋଜନାର ମୂଳ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ମୋଦି ବୁଥ ସ୍ତରରେ ସଦସ୍ୟତା କରିବା ସହ ପଂଚବଟି ନିର୍ମାଣ ତଥା ୫ଟି ଔଷଧୀୟ ଗୁଣ ଯୁକ୍ତ ଗଛ କିମ୍ବା ଉପକାରୀ ଗଛ ଲଗାଇବା ପାଇଁ ଦଳର କାର୍ୟ୍ୟକର୍ତାଙ୍କୁ ଆହ୍ୱାନ କରିଛନ୍ତି । ଏହା ମାଧ୍ୟମରେ ରାଜନୈତିକ ସଂଗଠନ ସହ ସାମାଜିକ ଆନ୍ଦୋଳନ ମଧ୍ୟ ତିଆରି ହେବ । ରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।