ପୁଣି ଅଲୋଡ଼ା ଶିଶୁ କନ୍ୟା
ଖଲ୍ଲିକୋଟ(ଯୁଗାବ୍ଦ ନ୍ୟୁଜ) ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା-ଭରସା ଗାଁ ମଧ୍ୟଭାଗରେ ଥିବା ଶଙ୍ଖ ତଳୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖଲ୍ଲିକୋଟ- କୋଦଳା ରାଜ୍ୟରାଜପଥ କଡ଼ ମଥୁରା ଭରଷା ଗାଁ ମଝିରେ ଥିବା ବଡ଼ ଶଙ୍ଖ ନିକଟରେ ଶିଶୁ କନ୍ୟାର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଜନ୍ମ ପରେ ଏହି ନବଜାତ ଶିଶୁ କନ୍ୟାକୁ କେହି ଏଠାରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଥିବା ବେଳେ କେଉଁ ପରିସ୍ଥିତିରେ ଏଠାରେ ଫୋପାଡ଼ିଲେ ଓ କିଏ ତାହା ସ୍ପଷ୍ଟ ହୋଇନାହିଁ । ଗାଁ ଲୋକଙ୍କଠାରୁ ଖବର ପାଇ ଖଲ୍ଲିକୋଟ ତହସିଲଦାର ଚିତରଞ୍ଜନ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ଖଲ୍ଲିକୋଟ ପୋଲିସ ପହଞ୍ଚି ମୃତ ଶିଶୁକନ୍ୟା କୁ ଉଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।


