ଚଉଦ ଚକିଆ ଟ୍ରକ ମାଡି ଜଣେ ମୃତ

ଯାଜପୁର , (ଯୁଗାବ୍ଦ ନ୍ୟୁଜ) ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ସାମିଲ ସାହିର ଜୟରାମ ପୁର୍ତ୍ତୀଙ୍କ ୩ୟ ଶ୍ରେଣୀରେ ପଢୁଥିବା ଝିଅ ଦେବଜାନୀ ପୂର୍ତ୍ତୀ ବିଦ୍ୟାଳୟରୁ ଛୁଟି ହୋଇ ଘରକୁ ଫେରିବା ରସ୍ତାରେ ୫୩ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ଛକ ନିକଟରେ ଏକ ଚଉଦ ଚକିଆ ଟ୍ରକ ମାଡିଯିଵାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।ସ୍ଥାନୀୟ ଜନସାଧାରଣ ଚାଳକକୁ ଧରି ପୋଲିସର ଜିମାଦେଇଥିବା ଜଣାପଡିଛି।ଉତ୍ୟକ୍ତ ଜନତା ରାସ୍ତା ରୋକ ଜାରି ରଖିବା ସହିତ ନୋ ଏଂଟ୍ରି ଲାଗୁ କରିବା ନିମନ୍ତେ ଦାବି କରୁଥିବା ଜଣାପଡିଛି।ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ଉପସସ୍ଥିତ ରହି ଲୋକ ମାନଙ୍କୁ ଵୁଝାଉଥିବା ବେଳେ ବାରମ୍ବାର ଦୂର୍ଘଟଣା ପରେ ଵି ପ୍ରଶାସନ ନୋ ଏଂଟ୍ରି କାହିଁକି ଲାଗୁ କରୁନି ବୋଲି ପ୍ରଶ୍ନ କରି ରାସ୍ତା ରୋକ ହଟାଇ ନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ