ଓଡିଶା ଗୋସେବା ସମିତି ପକ୍ଷରୁ ସଚେତନତା ଶିବିର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) , ଗୋପାଳନର ଉପେଯାଗିତା ଓ ଗ୍ରାମୀଣ କ୍ଷେତ୍ରରେ ଗୋକଲ୍ୟାଣର ସଚେତନତା ତଥା ଗୋସାହିତ୍ୟର ପ୍ରଚାର ନିମନ୍ତେ ଓଡିଶା ଗୋସେବା ସମିତି ପକ୍ଷରୁ ଏକ ସଚେତନତା ଶିବିର ଅନୁôଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଗୋପାଳନର ମହତ୍ତ୍ୱ ସମନ୍ପର୍କରେ ଆଲୋଚନା କରାଯାଇଥିଲା । ବୈଦିକ କାଳରୁ ଗୋସେବାକୁ ଖୁବ ଉପେଯାଗୀ ଓ ଉତ୍ତମ କାର୍ଯ୍ୟ ରୁପେ ଗ୍ରହଣ କରାଯାଉଛି କାରଣ ଏଥିରେ ବ୍ୟକ୍ତି ଠାରୁ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କ କଲ୍ୟାଣ ନିହିତ । ବର୍ତ୍ତମାନ ଭାରତ ବର୍ଷରେ ବର୍ଦ୍ଧିତ ଗୋ ଦୁର୍ଦ୍ଦଶା ଓ ହତାଦାର ରଷ୍ଟ୍ରପ୍ରେମୀ ସଚେତନଶୀଳ ନାଗରିକମାନଙ୍କ ପାଇଁ ଏକ ଉଦବେଗଜନକ ବିଷୟ ହୋଇଥିବାବେଳେ ଅସଚେତନ ମଣିଷର ଏହିପରି କାର୍ଯ୍ୟ ପରିବେଶକୁ ଅସନ୍ତୁଳିତ କରିବା ସହ ସମାଜର ବିଧ୍ୱଂସକାରୀ ସାବ୍ୟସ୍ତ ହୋଇଛି । ଏହି ଆସନ୍ନ ବିପଦରୁ ସମାଜକୁ ରକ୍ଷା କରିବା ପାଇଁ ସମାଜରେ ଗୋପାଳନ ଲୋକସଂସ୍କୃତିର ପୁନଃପ୍ରତିଷ୍ଠା ଲକ୍ଷ୍ୟରେ ଅନେକ ସାଧୁସନ୍ଥ , ଗୋଭକ୍ତ ନିଜର ଅଦମ୍ୟ ପ୍ରୟାସ ଜାରି ରଖିଛନ୍ତି । ଗୋ ପୃଥିବୀର ଆଧାର ହୋଇଥିବାରୁ ଗୋସେବାହିଁ ଜଗତସେବା ନ୍ୟାାୟରେ ଗୋପାଳନ ଦ୍ୱାରା ବିଶ୍ୱପ କଲ୍ୟାଣ ପଥେ ଓଡିଶା ଗୋସେବା ସମିତି ଅଗ୍ରସର ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ