କାରଗିଲ ବିଜୟ ଦିବସ ଅବସରରେ ନୀରବ ପ୍ରାର୍ଥନା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): କାରଗିଲ୍ ବିଜୟ ଦିବସ ହୋଇଥିବାରୁ ସାରା ଭାରତ ବର୍ଷରେ ଏହି ଦିବସ ପାଳନ କରାଯାଉଛି । ଏନେଇ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ଏକତ୍ରିତ ହୋଇ କାରଗିଲ ଯୁଦ୍ଧରେ ଅମର ସହିଦମାନଙ୍କ ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଭାରତମାତାକୀ ଜଏ ସ୍ଲୋଗାନ୍ ଦେଇଥିଲେ । ଜୁଲାଇ ୨୬- ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧରେ ଭାରତ ସେନାମାନେ ପାକିସ୍ତାନକୁ ପରାସ୍ତ କରି ଜାତୀୟ ପତାକା ଉଡ଼ାଇଥିଲେ । ଏଚ୍ଚୁ ଆଜିର ଦିବସକୁ ସମଗ୍ର ଭାରତ ବର୍ଷରେ କାରଗିଲ୍ ବିଜୟ ଦିବସ ଭାବେ ପାଳନ ହୋଇଆସୁଛି । ଏହି ନୀରବ ପ୍ରାର୍ଥନାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଜିଲ୍ଲା ରାଜସ୍ୱ ଅଧିକାରୀ ଡ଼. ଦିବ୍ୟଲୋଚନ ମହନ୍ତ, ଡ଼େପୁଟି କଲେକ୍ଟର ସିଗ୍ଧାରାଣୀ ଧଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଂଚି ନାରାୟଣ ପ୍ରଧାନଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ