ବିଭାଗୀୟ ନିର୍ଦ୍ଦେଶକୁ ବାରମ୍ବାର ଅବମାନନା, କାର୍ଯ୍ୟାନୁଷ୍ଠାନ ଶୂନ

ବାଲୁଗାଁ (ଜୁଗାବ୍ଦ ନ୍ୟୁଜ୍‍):ବାଣପୁରର ପୂର୍ବତନ ତହସିଲ୍ଦାର ତଥା ବର୍ତ୍ତମାନର ଗୋପ ତହସିଲ୍ଦାର ପୃଥିରାଜ ମଣ୍ଡଳଙ୍କୁ ନିଜର ସ୍ୱାସ୍ଥ୍ୟ ଏବଂ ଧାତୁ ପରୀକ୍ଷା ନିମନ୍ତେ କନ୍ଧମାଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କଟକ ସିଡିଏମ୍ଓ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଶ୍ରୀ ମଣ୍ଡଳ ଏହାକୁ ଅବମାନନା କରିଚାଲିଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କ ବରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛନ୍ତି । ସବୁଠାରୁ କୌତୁହଳର ବିଷୟ ଶ୍ରୀ ମଣ୍ଡଳ ଗୋଟାଏ ପରେ ଗୋଟାଏ ପଦୋନ୍ନତି ପାଇ ଗୋଟିଏ ତହସିଲ୍ରୁ ଅନ୍ୟ ତହସିଲ୍କୁ ବଦଳି ହୋଇଚାଲିଛନ୍ତି ।
ପ୍ରାପ୍ତ ଖବର ଅନୁସାରେ ଶ୍ରୀ ମଣ୍ଡଳ ପଦୋନ୍ନତି ପାଇ ତହସିଲ୍ଦାର ହେବା ପୂର୍ବରୁ ଗତ ୨୫ ଜୁନ୍ ୨୦୧୩ ପର୍ଯ୍ୟନ୍ତ୍ୟ ସ୍ୱାସ୍ଥ୍ରକର୍ମୀ ଭାବେ ଫୁଲବାଣୀ ଜିଳ୍ଲା ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ୨୦୧୧ରେ ନିଜର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଛି ବୋଲି ମିଥ୍ୟା ନଥିପତ୍ର କରି ନିଜ ନାମରେ ଏକ ଗ୍ରୀନ୍କାର୍ଡ କରି ସରକାରଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଛନ୍ତି । ଯାହାକି ଏହା ଏକ ଧତବ୍ୟ ଅବରାଧ । ଏ ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯାଇ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ ହୋଇଛି । ଯେଉଁଠି ଅସ୍ତ୍ରୋପଚାର କରାଯାଇଛି ସେହି ଡାକ୍ତରଖାନାର ଡାକ୍ତର ସ୍ୱୟଂ ନିଜେ । ଏପରି କିଛି ଘଟିନାହିଁ ବୋଲି ନିଜର ମତ ରଖିବା ପରେ ମଧ୍ୟ ତଦନ୍ତ ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଏହି ଘଟଣାକୁ ଜଟିଳତର କରିବା ପାଇଁ ଶ୍ରୀ ମଣ୍ଡଳଙ୍କର ସ୍ୱାସ୍ଥ୍ୟ ଏବଂ ଧାତୁ ପରୀକ୍ଷା କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାରକରି ଏକ ସପ୍ତାହ ମଧ୍ୟରେ ଏହାର ପରୀକ୍ଷା ନିରୀକ୍ଷା କରି ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାିଥିଲା । କିନ୍ତୁ କନ୍ଧମାଳ ଜିଳ୍ଲାରେଏପରି ସୁବିଧା ନଥିବାରୁ ମେଡିକାଲ୍ ବୋର୍ଡ କଟକକୁ ଏସବୁର ପରୀକ୍ଷା କରିବାକୁ ଅବଗତ କରାଯାଇଥିଲା । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଶ୍ରୀ ମଣ୍ଡଳ ସେହି ନିର୍ଦ୍ଦେଶକୁ ଅବମାନନା କରି ରାଜ୍ୟ ମେଡିକାଲ୍ ବୋର୍ଡ ଆଗରେ ହାଜର ହୋଇନଥିଲେ । ଏପରି ଅଘଟଣ ଦୁଇଥର ଘଟିବା ପରେ ଚିଠି ନଂ ୧୪୫୫୩/୧୯/୨୦୧୮ ଏବଂ ୩/୧୨/୨୦୧୮ରେ କିମ୍ବା ତା’ ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଓ ଧାତୁ ପରୀକ୍ଷା କରାଇ ରାଜ୍ୟ ମେଡିକାଲ୍ ବୋର୍ଡକୁ ସମସ୍ତ ରିପୋର୍ଟ ସହିତ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାିଥିଲା । ମାତ୍ର ପୂର୍ବଭଳି ଏହି ନିର୍ଦ୍ଦେଶକୁ ବେଖାତିି କରି ମେଡିକାଲ୍ ବୋର୍ଡ ଆଗରେ ହାଜର ହୋଇନାହାନ୍ତି ବୋଲି ଚିଠି ନଂ ୩୨୧୦,/୭/୦୩/୨୦୧୯ ଅନୁଯାୟୀ ଅଭିଯୋଗକାରୀଙ୍କୁ ସୂଚନା ଦିଆଯାଇଛି । ଏହି ସୂଚନା ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଦିଆଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଚୁପ୍ ହୋଇ ବସିଛନ୍ତି । ଅଭିଯୁକ୍ତ ପୃଥିରାଜ ମଣ୍ଡଳଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚର ବିଷୟ ହୋଇଥିବା ବେଳେ ସରକାରୀ ବିଭାଗ ନିଷ୍ପତ୍ତି ନେବାରେ କିଭଳି ଦୁର୍ବଳ ମନୋଭାବ ପୋଷଣ କରୁଛନ୍ତି ତାହା ଅତି ନିନ୍ଦନୀୟ । ସାଧାରଣ ଜନତାଙ୍କ ଅଭିଯୋଗ ଆଇନ ସମସ୍ତଙ୍କ ପାଇଁ ଥିବାବେଳେ ସରକାରୀ ପଦାଧିକାରୀଙ୍କ ବିରୋଧରେ ଏହାର ଅବମାନନା କାହିଁକି କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ