ଜାତିସଂଘରେ ନିଯୁକ୍ତି ପାଇଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି

ଭୁବନେଶ୍ବର: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ସେ ପାଇଛନ୍ତି। ଜୁଲାଇ ୧ରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦୧୬ ମସିହାରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ମାଷ୍ଟର ଡିଗ୍ରି ପରେ ବୈଶାଳୀ ୟୁନାଇଟେଡ୍‌ ନେସନ୍‌ସର ଇଣ୍ଟରନାସନାଲ ସିଭିଲ୍‌ ସର୍ଭିସରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ସେ ୟୁଏନ୍‌ ମିସନ୍‌ରେ ଓଆଇଏମ୍‌ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରୁଥିଲେ। ପୂର୍ବତନ ମୁଖ୍ୟଯନ୍ତ୍ରୀ ରାଧା ବିନୋଦ ମହାନ୍ତି ଓ ମହିଳା ସାମାଜିକ କର୍ମୀ ତଥା ଲେଖିକା ମାନସୀ ପ୍ରଧାନଙ୍କ ଝିଅ ବୈଶାଳୀଙ୍କ ଜନ୍ମ ପୁରୀରେ। ପୁରୀର ବ୍ଲେସ୍‌ଡ ସେ‌କ୍ରାମେଣ୍ଟ ହାଇସ୍କୁଲ୍‌ ଓ ଭୁବନେଶ୍ବରର କିଟ୍‌ ଇଣ୍ଟରନାସନାଲ ସ୍କୁଲ୍‌ରୁ ସ୍କୁଲ୍‌ଶିକ୍ଷା ଶେଷ କରି ସେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜ୍‌ରେ ସ୍ନାତକ ଶିକ୍ଷା ଶେଷ କରିଥିଲେ। ‘ନ୍ୟୁକ୍ଲିୟର ଡିପ୍ଲୋମାସି’ ଉପରେ ନିବନ୍ଧ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏଥିସହ ବୈଶାଳୀ‌ କେତେକ ଅନ୍ତର୍ଜାତୀୟ ପ୍ରକାଶନରେ ବୈଦେଶିକ ନୀତି ଓ ନିରାପତ୍ତା ସମ୍ବନ୍ଧରେ ଲେଖି ଆସୁଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ସେ ଅକ୍ସଫୋର୍ଡ ଓଡ଼ିଶୀ କେନ୍ଦ୍ର ପ୍ରତିଷ୍ଠା କରି ଓଡ଼ିଶୀ ପ୍ରଶିକ୍ଷଣ ଦେଉଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସମେତ ଇଂଲଣ୍ଡର କେତେକ ବିଶ୍ବବିଦ୍ୟାଳୟରେ ମଧ୍ୟ ସେ ଓଡ଼ିଶୀ ନୃତ୍ୟ ତାଲିମ ଦେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ