ବାଲିଗୁଡାରେ ଗୁରୁପୂର୍ଣ୍ଣିମା ଉତ୍ସବ ଘରେ ଘରେ ପାଳନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା ଦିବସ।ସନାତନ ଧର୍ମ ତଥା ଭାରତୀୟ ସଂସ୍କୃତିର ମହାନ ପରମ୍ପରା ଅନୁଯାୟୀ ଆଜିର ଦିନଟି ଗୁରୁ ପୁଜା,ଗୁରୁ ସେବା ଓ ଗୁରୁ ବାକ୍ୟ ପାଳନ ନିମନ୍ତେ ଉଦ୍ଧିଷ୍ଟ।ଆଜିର ଏହି ଦିନଟି ଗୁରୁ ପୂର୍ଣ୍ଣିମା ନାମରେ ନାମିତ ହୋଇଛି। ସବୁଠି ସତ୍ୟସାଇ ଭକ୍ତ ମାନେ ଗୁରୁପୂର୍ଣ୍ଣିମା ଉତ୍ସବ ଘରେ ଘରେ ପାଳନ କରିବାର ଦେଖା ଦେଇଛି। ସାରା ଦେଶ ଲକଡାଉନ ଥିଲା ବେଳେ ପ୍ରତ୍ୟେକ ସାଇ ଭକ୍ତ ପରିବାରରେ ପ୍ରାତଃ ସମୟରେ ଘରେ ଘରେ ଦେଖିବାକୁ ମିଳିଛି ଓଁ କାର, ସୁପ୍ରଭାତମ ଓ ଭଜନର ସ୍ୱର। ଏହା କେବଳ ଘର ଭିତରେ ସୀମିତ ରହିଛି। ଘର ଭିତରେ ବେଦ ମନ୍ତ୍ର ଉଚ୍ଚାରଣ ସହିତ ଜଣେ ନାରାୟଣୀଙ୍କୁ ଖାଇବାକୁ ଦିଆ ଯାଇଥିଲା ।


