ବିିପିନ ବିହାରୀ ପାଠାଗାରରେ ଶୋକପ୍ରସ୍ତାବ

ଜଟଣୀ : ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ, ବିପିନ ବିହାରୀ ପାଠାଗାର, ଜଟଣୀରେ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତିଙ୍କ ଉପସ୍ଥିତିରେ ପରାଗତ ଆତ୍ମା ଶ୍ରୀମତୀ ବିନୋଦିନୀ ନାୟକ, ଶିକ୍ଷୟିତ୍ରୀ ତଥା କବୟିତ୍ରୀ ଏବଂ ଗୋକୁଳାନନ୍ଦ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସମାଜସେବୀଙ୍କ ଉଦ୍ଦେଶ୍ୟରେ ଏକ ଶୋକପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରକାଶଥାଉ କି ଗତ ୨୪ ଜୁଲାଇ ୨ଟା ବେଳେ ଏ ଦୁହେଁ ଏକ ସ୍କୁଟି ଯୋଗେ ବ୍ରହ୍ମକୁଣ୍ଡଳ ଜଣେ ଶିକ୍ଷକଙ୍କ ଅବସରକାଳୀନ ସଭାରେ ଅତିଥି ହୋଇଯାଉଥିଲେ । ବାଟରେ ଯାଁଳା ଠାରୁ କିଛି ଦୂରରେ ଗୋହିରା ଛକ ନିକଟବର୍ତୀ ଏକ ସ୍ଥାନରେ ପଛରୁ ଯାଉଥିବା ଏକ ଦ୍ରୁତଗାମୀ କାର୍ ପିଟି ଦେଇଥିଲା । ଘଟଣାସ୍ଥଳରେ ବିନୋଦିନୀ ନାୟକଙ୍କର ମୃତ୍ୟୁ ହୋଇଥିଲା ଏବଂ ଶ୍ରୀ ମହାନ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଦୁହେଁ ଜଟଣୀ ତଥା ଖୋର୍ଦ୍ଧା ଅଂଚଳର ଦୁଇଜଣ ଗଣଧନ୍ୟ ବ୍ୟକ୍ତି । ଯେଉଁମାନେ କି ବିଭିନ୍ନ ସାହିତ୍ୟିକ, ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସେମାନଙ୍କର ବିୟୋଗରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେମାନଙ୍କ ପାଇଁ ପାଠାଗାର ତରଫରୁ ଏକ ଶୋକସଭା ଗୃହୀତ ହୋଇଥିଲା । ଆଦିନାରାୟଣ ଖଣ୍ଡୁଆଳ,ରବୀନ୍ଦ୍ର କୁମାର ଖଣ୍ଡୁଆଳ, ରଶ୍ମିତା ନାୟକ,ପଦ୍ମନାଭ ପାଣିଗ୍ରାହୀ, ସୁଦର୍ଶନ ମହାପାତ୍ର,ଶ୍ରୀଧର ଷଡ଼ଙ୍ଗୀ,ପ୍ରଭାତ କୁମାର ସାହୁ, ପ୍ରତାପଚନ୍ଦ୍ର ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସେମାନଙ୍କ ସହିତ ନିଜସ୍ୱ ଅନୁଭୂତି ଇତ୍ୟାଦି ବୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ