ରାଜଭବନରେ ବିଶ୍ୱ ମୈତ୍ରୀ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଆଜି ରାଜଭବନରେ ଉଫୁନା ତରଫରୁ ‘ବିଶ୍ୱ ମୈତ୍ରୀ ଦିବସ’ ପାଳିତ ହୋଇଯାଇଛି । ‘ଉକ୍ରଳ ଫେଡ଼େରେସନ ଅଫ୍ ୟୁନାଇଟେଡ଼ ନେସନସ ଆସୋସିଏସନ’ (ଉଫୁନା)ର ରାଜ୍ୟ ଅଧ୍ୟକ୍ଷ ଆଡ଼ଭୋକେଟ ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଛଅଜଣିଆ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଜୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଅର୍ପଣ କରି ଅଭିନନ୍ଦନ ଜଣାଇଥିଲେ । ଦେଶ ଦେଶ ଭିତରେ ମୈତ୍ରୀ ସ୍ଥାପନ କରି ସଂହତି ଆଣିବା ବିଶ୍ୱ ମୈତ୍ରୀ ଦିବସର ଲକ୍ଷ୍ୟ ବୋଲି ମାନ୍ୟବର ରାଜ୍ୟପାଳ ପ୍ରକାଶ କରିଥିଲେ । ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ଯେଉଁଭଳି ଭାବରେ ଯୁଦ୍ଧର ଭୟାବହତା ଦେଖାଯାଉଛି ଏବଂ ଜାତି ଜାତି ମଧ୍ୟରେ ସାମ୍ପ୍ରଦାୟିକତାର ଲଢେଇ ଚାଲିଛି, ବିଶ୍ୱ ମୈତ୍ରୀ ଦିବସ ଶାନ୍ତି ଫେରାଇ ଆଣିବ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଥିଲେ । ଉଫୁନାର ମହାସଚିବ ଡଃ ଦୀପାୟନ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିନିଧି ଦଳରେ ନାଲ୍କୋର ପୂର୍ବତନ ସିଏମ୍ଡ଼ି ଡଃ ଏସ୍.କେ. ତାମୋଟିଆ, ପୂର୍ବତନ ଚିଫ୍ ଇଞ୍ଜିନିୟର ଅକ୍ଷୟ ଶତପଥୀ, ଡଃ ବିଭୂଦତ୍ତ ଖଣ୍ଡାୟତରାୟ ପ୍ରମୁଖ ସାମିଲ୍ ଥିଲେ । ଏହା ପୂର୍ବରୁ ପୂର୍ବାହ୍ନ ୧୦ ଘଟିକା ସମୟରେ ଭାରତୀୟ ବିଦ୍ୟାଭବନଠାରେ ଉଫୁନା କାର୍ଯ୍ୟକାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିନିଧି ଦଳଙ୍କ ସମେତ ଉଫୁନାର ସମ୍ପାଦକ କେ.ଭି. ରାମଚନ୍ଦ୍ରନ, ଯୁଗ୍ମ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଫିସ୍ ସମ୍ପାଦକ ବିଚିତ୍ରାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ