କରୋନା କଷ୍ଟ ବେଳେ ପରିବା ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଛି

ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ୩ ମାସରୁ ଉର୍ଦ୍ଧ୍ୱ ହେବ ସମଗ୍ର ଦେଶରେ କରୋନା କଟକଣା ଲାଗୁ ହୋଇଥିବା ବେଳେ ସାଧାରଣଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୃଷକ ମାନଙ୍କ ଠାରୁ ଶ୍ରମଜୀବି ମାନେ ସମସ୍ତେ ରୋଜଗାର ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି । ବିଶେଷକରି ବିଦେଶରେ ରହି ଦିପଇସା ରୋଜଗାର କରୁଥିବା ଶ୍ରମିକ ମାନେ ଏବେ ଘରେ ହାତବାନ୍ଧି ବସିଥିବା ବେଳେ ପରିବାର ଚଳାଇବା ଚିନ୍ତା ସେମାନଙ୍କୁ ବେଶ କଷ୍ଟଦାୟକ ହୋଇଛି । କରୋନା କଟକଣା ଯୋଗୁ ଶ୍ରମଜୀବି ମାନେ ବିଶେଷ କାମଧନ୍ଧା ପାଉନଥିବା ଦେଖାଯାଇଛି । ଏପରିସ୍ଥିତିରେ ଗତ କିଛି ଦିନ ହେବ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି । ବନ୍ତ ଓ ଆଗରପଡା ସାପ୍ତାହିକ ହାଟରେ ପୋଟଳ, ବିଲାତି, ଝୁଡଙ୍ଗ, ବାଇଗଣ କିଗ୍ରା ୫୦ ଟଙ୍କା ଥିବା ବେଳେ ଫୁଲ କୋବି କିଗ୍ରା ୬୦ ଟଙ୍କା, ବନ୍ଧାକୋବି କିଗ୍ରା ୩୦ ଟଙ୍କା, କଞ୍ଚା ଲଙ୍କା କିଗ୍ରା ୨ ଶହ ଟଙ୍କା ଦର ରହିଥିବା ଜଣାଯାଇଛି । କରୋନା କଷ୍ଟରେ ସାଧାରଣ ଲୋକେ ଦିନ କାଟୁଥିବା ବେଳେ ପରିବା ଦର ଆକାଶ ଛୁଆଁ ଥିବା ଯୋଗୁ ଖାଉଟି ମାନଙ୍କ ଚିନ୍ତା ଦିଗୁଣ ବଢି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ