ପିଏମଶ୍ରୀ ସରକାରୀ ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞନ ପ୍ରଦର୍ଶନୀ ଉତ୍ସବ

ଧାମନଗର(ଓ୍ବାଇଏନଏସ): ଧାମନଗର ପିଏମଶ୍ରୀ ସରକାରୀ ହାଇସ୍କୁଲ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ,ସ୍ୱଚ୍ଛତା ପକ୍ୱାଡ଼ା ଓ ପିଲାମାନଙ୍କ ଗଠନ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପଢ଼ିବା ଗଣିତ ଆଦି କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଲା ମାନଙ୍କ ମଧ୍ୟରେ ଲୁକ୍କାୟିତ ବିଜ୍ଞାନ ପ୍ରତିଭାର ବିକାଶ ଦିଗରେ ଏକ ପ୍ରୟାସ ବିଜ୍ଞାନ ପ୍ରଦର୍ଶନୀ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ଗୋସ୍ୱାମୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନିମନ୍ତ୍ରିତ ଅତିଥି ଭାବେ ଧାମନଗର ଏନଏସି ଅଧ୍ଯକ୍ଷା ନିବେଦିତା ଜେନା,ସାଂସଦଙ୍କ ନଗର ପ୍ରତିନିଧି ସରୋଜ ମହାପାତ୍ର,ଆଇଆଇସି ଶୁଭ୍ରଜିତ ଦାଶ,ବନ୍ଧନ ବ୍ୟାଙ୍କ ମ୍ୟାନେଜର ଦିଲ୍ଲୀପ କୁମାର ନାୟକ ଏବଂ ପଞ୍ଚସଖା ଶିକ୍ଷାସେତୁ ସଭାପତି ମହେଶ୍ୱର ସ୍ୱାଇଁ,ଏସଏମସି ସଭାପତି ରଶ୍ମିତା ମହାନ୍ତି,ସାମ୍ବାଦିକ ସୁଧାକର ଦାଶ,ସେକ ଜାଫର ଅଲ୍ଲୀ ପ୍ରମୁଖ ଯୋଗ ଦେଇ ପ୍ରଦର୍ଶନୀକୁ ଉଦଘାଟନ ସହ କୁନି କୁନି ବୈଜ୍ଞାନିକଙ୍କ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶୁଭମ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଦର୍ଶନୀରେ ଅବସରପ୍ରାପ୍ତ ଶିକ୍ଷାଅଧିକାରୀ ରାମଚନ୍ଦ୍ର ସାହୁ ବିଜ୍ଞାନ ସମ୍ବଳିତ ଗଳ୍ପ କହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିଥଲେ। ଏହି ପ୍ରଦର୍ଶନୀରେ ବିଜ୍ଞାନ ସମ୍ବନ୍ଧୀୟ ୪୩ ଟି, ଗଣିତ ୧୦ ଟି ଓ ସ୍ୱଚ୍ଛତା ସମ୍ବନ୍ଧୀୟ ୫ ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବ୍ଲକ ସ୍ତରକୁ ୩ ଟି ପ୍ରକଳ୍ପ ମନୋନୀତ ହୋଇଥିଲା। ଏଥିରେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପ୍ରାଣବନ୍ଧୁ ନାୟକ,ଭାସ୍କର ଚନ୍ଦ୍ର ଦାସ,ଅଭିମନ୍ୟୁ ଶଙ୍ଖୁଆ,ଶେଖ ମହମ୍ମଦ ହନିଫ,ଶୁଭମ ମଲ୍ଲିକ,ଶକ୍ତି ରଞ୍ଜନ ହୁମ,ପୁର୍ଣିମା ଲେଙ୍କା,ତପସ୍ୱୀନି ତ୍ରିପାଠୀ, ସନାତନ ସାହୁ,ଲିପିକା ମହାନ୍ତି,ସସ୍ମିତା ଦାସ,କିରାଣୀ ମନୋରଞ୍ଜନ ବସ୍ତିଆ,ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ