ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି ଶିବିର
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଳକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ସ୍ଥିତ ରାଜୀବ ସେବା କେନ୍ଦ୍ର ପରିସରରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତଙ୍କ ପକ୍ଷରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ଏହି ଅଭିଯୋଗ ଶୁଣାଣିରେ ବ୍ୟକ୍ତିଗତ,ଗ୍ରାମୀଣ ଓ ସାମୂହିକ ସମସ୍ୟା ସମ୍ବନ୍ଧୀୟ ନେଇ ମୋଟ ୧୮୭ଟି ଅଭିଯୋଗ ଆଗତ ହୋଇଥିଲା। ବିଶେଷ କରି ରାସନ,ପ୍ରଧାନ ମନ୍ତ୍ରୀ ଆବାସ,ରାସ୍ତା,ଦୀର୍ଘ୍ ବର୍ଷ ହେଲା ଅକାମୀ ହୋଇ ପଡ଼ିଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର,ସମବାୟ ସମିତି,ପାନୀୟ ଜଳ,ବିଦ୍ୟୁତ ଲାଇଟ୍,ସରକାରୀ ଜମି ଜବରଦଖଲ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲା।ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୋଦ ପ୍ରହରାଜ,ଜିଲ୍ଲା ଶିକ୍ଷାଧିକାରି ଜଗବନ୍ଧୁ ସାହୁ,ଆରଡି ଜେଇ ରୂପକ କୁମାର ମୁଣ୍ଡା,ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ ଏବଂ ବିଡ଼ିଓ ବନବିହାରୀ ଦୀନ୍ଦା,ଏବିଡିଓ ଶର୍ମିଷ୍ଠା ମଲ୍ଲିକ,ଏନ ଏ ସି ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ର,ଯୋଗାଣ ଅଧିକାରୀ ପ୍ରୀତିଶ ରଞ୍ଜନ ସାମଲ,କୃଷି ଅଧିକାରୀ ଅନୁରାଧା ପଣ୍ଡା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନ୍ମୟ ସାମନ୍ତ ସିଂହାର,ବିଇଓ ପ୍ରଫୁଲ୍ଲ କୁମାର ସାହୁ,ଏସଆଇ ନାରାୟଣ ନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ବିଭାଗ ସମ୍ପର୍କିତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବ୍ଲକ ଏପିଓ ପିୟୁଷ ରଞ୍ଜନ ରାଉତ,ପ୍ରଶାନ୍ତ ବାରିକ, ସନ୍ଧ୍ୟାରାଣୀ ସାମଲ,ସ୍ଥାନୀୟ ସରପଞ୍ଚ କାଞ୍ଚନ ସ୍ବାଇଁ, ନାଏବ ସରପଞ୍ଚ ଗୌରାଙ୍ଗ ଦାଶ,ସମିତି ସଭ୍ୟ ସୁଦୀପ୍ତ ଖଟୁଆ,ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ପାତ୍ରଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


