ବନ ମହୋତ୍ସବ ସପ୍ତାହ ପାଳିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ଗାୟ।ଗଣ୍ଡା ଗ୍ରାମ ବିକାଶ ବିହାର ପକ୍ଷରୁ ବନ ମହୋତ୍ସବ ସପ୍ତାହ ସାମାଜିକ ଦୂରତ୍ୱ ରକ୍ଷା କରି ପାଳିତ ହୋଇ ଯାଇଛି। ଏହି କାଯ୍ୟକର୍ମରେ ଏସିଏଫ୍ ସୁଦର୍ଶନ ନାଡୀ, ଭଞ୍ଜନଗର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଲାଇ ଓ ସମାଜ ସେବୀ ଶୂଳପାଣି ଶତପଥୀ ଓ ଗ୍ରାମ ବିକାଶ ପ୍ରକଳ୍ପ ସଂଯୋଜକଙ୍କ ଅଧ୍ୟକ୍ଷତାରେ ଏହି ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଗାୟ।ଗଣ୍ଡା ଫରେଷ୍ଟର ମାନସ ରଞ୍ଜନ ପ୍ରଧାନ ବନ ମହୋତ୍ସବର ସ୍ଲୋଗାନ ଦେଇଥିବା ବେଳେ ତାରସିଂ ଫରେଷ୍ଟର ବନ ମହୋତ୍ସବ ସପ୍ତାହ ପାଳନର ମହତ୍ତ୍ଵ ଓ ବୃକ୍ଷ ରୋପଣ ଉପକାରିତା ବିଷୟରେ ବୁଝାଇଥିଲେ। ଏହି ଅବସରରେ ଗ୍ରାମ ବିକାଶ ଵିଦ୍ୟା ବିହାରର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ପ୍ରକାରର ବୃକ୍ଷ ଲଗାଇଥିଲେ।


