ପାରଳାରେ ଆରମ୍ଭ ହେଲା ଥର୍ମାଲ ଓ ଅକ୍ସି ଟେଷ୍ଟିଂ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)- ପାରଳାଖେମୁଣ୍ଡି ସହରରେ ଆଜି ଠାରୁ ଆରମ୍ଭ ହେଲା ଥର୍ମାଲ ଓ ଅକ୍ସି ଟେଷ୍ଟ । ୩ଦିନିଆ ସଟ୍ଡାଉନ୍ କଟକଣା ଯୋଗୁଁ ସହରର ସମସ୍ତ ଜନସାଧାରଣ ନିଜ ନିଜର ଘରେ ରହିବା କଟକଣା ଜରି ଯୋଗୁଁ ଏହି ଥର୍ମାଲ ଓ ଅକ୍ସି ଟେଷ୍ଟ ଦ୍ୱାରା ପାରଳା ସହରରେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ଜଣାଇଛନ୍ତି,ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗର ୬୦ ଗୋଟି ଟିମ୍ ଘର ଘର ବୁଲି ଥର୍ମାଲ ଓ ଅକ୍ସି ଟେଷ୍ଟ ଆରମ୍ଭ କରିଛନ୍ତି । ପ୍ରଶାସନ ପକ୍ଷରୁ ପୁର୍ବରୁ ଏହିପରି ସର୍ଭେ କରାଯିବ ବୋଲି ସୁଚନା ଦିଆଯାଇଥିଲା । ଯଦି ଏହି ସର୍ଭେରେ କୌଣସି ବ୍ୟକ୍ତିଙ୍କ ଠାରେ କରୋନା ଜନିତ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ସ୍ଥିର ହୋଇଛି । ଏହି ସ୍ୱାସ୍ଥ୍ୟ ଟିମ୍ ଗୁଡିକୁ ସମସ୍ତେ ସହେଯାଗ କରିବା ପାଇଁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି । ସେହିପରି ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ଏଥି ପାଇଁ ସତର୍କ ନଜର ରଖାଯାଇଛି । ଅତି ଜରୁରୀ ନ ହେଲେ ଘରୁ ବାହାରନ୍ତୁ ନାହିଁ ବୋଲି କଟକଣା ଜାରି କରାଯାଇଛି ।


