ଗ୍ରାମାଞ୍ଚଳରେ କରୋନା କଟକଣାକୁ ଫୁ…

କୋଦଳା, (ଗୁଲସନ କୁମାର କର): ବର୍ତ୍ତମାନ ପରିସ୍ଥିତିରେ କରୋନା ଭୁତାଣୁର ସଂକ୍ରମଣ ବଢିଚାଲିଛି, ଏହାର ଦମନ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଠିକ ଟିକା ବାହାରିନଥିବା ବେଳେ ଏହାକୁ ରୋକିବା ପାଇଁ ସଚେତନ ହିଁ ଦରକାର ରହିଛି। ଏଣୁ ଏଥିପ୍ରତି ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ କରେଇ ଆସୁଛନ୍ତି । ଏବଂ ଏଥି ନିମନ୍ତେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଅବଲମ୍ବନ ସହ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ଜୁଲାଇ ୩୧ ତାରିଖ ଯାଏଁ ଲକଡାଉନ ମଧ୍ୟ ଜାରି କରାଯାଇଛି। ଜରୁରୀ କାମ ଥିଲେ ହିଁ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି, ଯଦି ବି ଘରୁ କେହି ବାହାରନ୍ତି ମୁହଁରେ ମାସ୍କ ପରିଧାନ ସହ ସାମାଜିକ ଦୂରତ୍ୱ ଅବଲମ୍ବନ ନିମନ୍ତେ କୁହାଯାଇଛି।ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତରଫରୁ ମଧ୍ୟ ସହରାଞ୍ଚଳ ଠୁ ନେଇ ଗ୍ରାମାଞ୍ଚଳ ଯାଏଁ ବାରମ୍ବାର ସଚେତନ କରାଯାଇଛି । କିନ୍ତୁ ସ୍ଥାନୀୟ ଗ୍ରାମାଞ୍ଚଳମାନଙ୍କରେ କେତେକାଂଶକୁ ଛାଡିଦେଲେ ଅନ୍ୟମାନେ ଖୁଲାମଖୁଲା ସାମାଜିକ ଦୂରତା ନ ମାନିବା ସହ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳର ଦୋକାନ ମାନଙ୍କରେ ବି ସାମାଜିକ ଦୂରତ୍ୱ ଅବଲମ୍ବନ କରାଯାଉନଥିବା ଦେଖିବାକୁ ମିଳୁଛି। ତତ୍ ସହ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ପ୍ରସାସନଙ୍କ ପାଦ ପଡୁନଥିବାରୁ ଏହି ନିୟମ ମାନୁନଥିବା ଜଣାପଡିଛି। ଦିନକୁ ଦିନ ବେଗୁନିଆପଡା ବ୍ଲକର ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଵୃଦ୍ଧି ପାଇବା ସତ୍ୱେ ମଧ୍ୟ କାହାରି ନିଘା ନାହିଁ, ଏଣୁ ଏ ଦିଗରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦୃଷ୍ଟି ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ