ହୋଲଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ଯାଏ ବଢ଼ିଲା

ଭୁବନେଶ୍ୱର: ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ରାଜ୍ୟ ସରକାର ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । କରୋନା ପରିପ୍ରେକ୍ଷୀରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟର ମହାନଗର ନିଗମ, ପୌରପାଳିକା ଓ ଏନଏସିରେ ବସବାସ କରୁଥିବା ଲୋକଙ୍କ ପାଇଁ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ପଇଠ କ୍ଷେତ୍ରରେ ମଇ ମାସ ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ଥିଲେ । ହେଲେ କରୋନା ପରିପ୍ରେକ୍ଷୀରେ ଅଧିକାଂଶ ଲୋକ ଟିକସ ପଇଠ କରିପାରି ନଥିବାରୁ ଏହି ମିଆଦ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଲୋକ କିପରି ସହଜରେ ଟିକସ ପଇଠ କରିପାରିବେ, ତାହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ରିହାତି ଅବଧି ବୃଦ୍ଧି ଦ୍ୱାରା କରଦାତାମାନେ ଏହାର ଫାଇଦା ପାଇବା ସହ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଏହା ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ