ପ୍ରତାପ ଷଡ଼ଙ୍ଗୀଙ୍କ ରିପୋର୍ଟ ନେଗେଟିଭ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କରୋନା ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଛି । କେନ୍ଦ୍ରମନ୍ତ୍ରୀ ନିଜ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ କ୍ୱାରେଣ୍ଟାଇନରେ ଥିଲା ବେଳେ ତାଙ୍କ ଅପେକ୍ଷା ରିପୋର୍ଟ ଆସିଛି । ଉଲ୍ଲେଖଯୋଗ୍ୟ, ଗତ ୬ ତାରିଖରେ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକଙ୍କର କରୋନା ପଜିଟିଭ ବାହାରିଥିଲା । ଗତ ୨ ଓ ୩ ରେ ବାଲେଶ୍ୱରର ସ୍ୱର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଶୋକସଭାରେ ସୁକାନ୍ତଙ୍କ ସହ ସାମିଲ ହୋଇଥିଲେ ଶ୍ରୀ ଷଡଙ୍ଗୀ । ବିଧାୟକ ଶ୍ରୀ ନାୟକଙ୍କର ପଜିଟିଭ ବାହାରିବାରୁ ଶ୍ରୀ ଷଡ଼ଙ୍ଗୀ ନିଜେ କ୍ୱାରେଣ୍ଟାନରେ ରହି ନିଜର କରୋନା ପରୀକ୍ଷଣ କରାଇଥିଲେ ।


