ଗଜପତିରେ ସ୍ଥିତି ବିଗିଡିଲା: ଆଜି ପୁଣି୨୫ଜଣ ପଜିଟିଭ୍‌, ସଂଖ୍ୟା ଛୁଇଁଲା୫୯୧ରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ୨୫ ଜଣକୁ ମିଶାଇ ସଂଖ୍ୟା ୫୯୧ରେ ପହଞ୍ଚିଛି । ଏହି ୨୫ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୧୩ଜଣ,ଗୁମ୍ମା ବ୍ଲକର ୬ଜଣ ଏବଂ ଆର.ଉଦୟଗିରି ବ୍ଲକର ୬ଜଣ ବୋଲି ସୁଚନା ମିଳିଛି । ଏମାନଙ୍କ ବୟସ ୨୦ରୁ ୬୨ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଏମାନେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ଭିଡିଓ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରି କହିଛନ୍ତି, ସଟ୍‌ଡାଉନ୍‌କୁ ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ