ଗଞ୍ଜମ ବ୍ଳକରେ କରୋନାରେ ଜଣେ ମୃତ, ବ୍ଳକ ସହକାରୀ ଯନ୍ତ୍ରୀ ପଜେଟିଭ
ଗଞ୍ଜାମ, (ୱାଇଏନ୍ଏସ୍): ଗଞ୍ଜମ ବ୍ଳକରେ କରୋନା ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ , ଅନ୍ୟ ପଟେ ବ୍ଲକର ସହକାରୀ ଯନ୍ତ୍ରୀ ପଜେଟିଭ ଆକ୍ରାନ୍ତ ହୋଥିବା ଜଣାପଡିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗଞ୍ଜମ ବ୍ଳକର ମଲାଡ଼ ଗ୍ରାମର ଜୈନକ ମହିଳା କିଛି ଦିନ ଧରି ଜ୍ଵର, ଥଣ୍ଡାରେ ଆକ୍ରାନ୍ତ ହୋଇଥିବା ବେଳେ , ଆଜି ଅଧିକ ହେବାରୁ ମେଡ଼ିକାଲ ନେଉଥିବା ବେଳେ ମୃତ୍ୟୁ ଘଟିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟରେ କରୋନା ପଜେଟିଭ ଥିବା ଜଣାପଡିବା ପରେ ଲୋକ ଭୟଭିତ ହୋଇପଡିଥିବା ଦେଖାଯାଇଛି । ଗଞ୍ଜମ ତହସିଲଦାର ଅବନୀ କୁମାର ସାହୁ, ମଲାଡ଼ ଗ୍ରାମକୁ ଯାଇ ସ୍ଥାନୀୟ ସରପଞ୍ଚ ପ୍ରଭତ ସେଠି ଙ୍କ ସହ ଆଲୋଚନା କରିବା ସହ ଉକ୍ତ ଅଂଚଳକୁ ନିଷେଧଆଞ୍ଚଳ ଘୋଷଣା କରିଛନ୍ତି । ସେହିପରି ଗଞ୍ଜମ ବ୍ଲକର RWSS ବିଭାଗର ସହକାରୀ ଯାନ୍ତି କରୋନା ପଜେଟିଭ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ବ୍ଳକ କର୍ମଚାରୀ ଙ୍କ ମଧ୍ୟରେ କୋକୁଆ ଭୟ ସରୁ5 ହୋଇଛି । ଉକ୍ତ ସହକରି ଯାନ୍ତି ଗତକାଲି ବ୍ଳକକାର୍ଯ୍ୟାଳୟ କୁ ଆସି ବିଡ଼ିଓ ଙ୍କ ଚାମ୍ବର ରେ ବସିବା ସହ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।ସେହିପରି ସାଂରାମଚନ୍ଦ୍ରପୁର ପଂଚୟତର ମଧୁ ଛୁଆଁ ଗ୍ରାମରେ ଜଣେ ପଜେଟିଭ ବାହାରିଥିବା ଜଣାପଡିଛି ।


