ଯୁବ ପ୍ରତିଭା କ୍ଲବ ତରଫରୁ ବୃକ୍ଷରୋପଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପରିବେଶକୁ ସୁରକ୍ଷା ଦେଲେ ପରିବେଶ ଆମକୁ ସୁରକ୍ଷା ଦେବ । କିନ୍ତୁ ମନୁଷ୍ୟଦ୍ୱାରା ବୃକ୍ଷ ଛେଦନ ଫଳରେ ଜଙ୍ଗଲ ଆଜି ଧ୍ୱଂସାଭିମୁଖୀ ହେବାରେ ଲାଗିଛି । ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀରେ ତାପମାତ୍ରା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ଗତ ଫନି ମହାବାତ୍ୟାରେ ବଳି ପଡ଼ିଥିବା ବୃକ୍ଷଲତା ଯୋଗୁଁ ଏହା ଆହୁରି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଭୂତଳ ଜଳସ୍ତର ହ୍ରାସ, ବିବର୍ତ୍ତମାନ ପରିବେଶ, ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି । ଏସବୁ ସମସ୍ୟାର ସମାଧାନ କେବଳ ବୃକ୍ଷରୋପଣ ମାଧ୍ୟମରେ ସମ୍ଭବ ବୋଲି ଆଜି ଭୁବନେଶ୍ୱରସ୍ଥିତ ବିଜେବି ନଗରରେ ଯୁବ ପ୍ରତିଭା କ୍ଲବ ତରଫରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ମତପୋଷଣ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ ଡ଼େପୁଟି ମେୟର କେ. ଶାନ୍ତି ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ସମରେଶ ବେଉରା, ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱରର ସାଧାରଣ ସମ୍ପାଦକ ଭବ ଭାସ୍ୱତ, ଦୂତିସୁନ୍ଦର ବେହେରା, ଅଭୟ ସିଂ, କାଞ୍ଚନ ଫାଉଣ୍ଡେସନର ତାପସ ରଞ୍ଜନ ମଲ୍ଲିକ, ରଞ୍ଜନ କୁମାର ମହାପାତ୍ର ଏବଂ କ୍ଲବର ସମସ୍ତ କର୍ମକର୍ତ୍ତା ଯୋଗଦେଇ ନିମ୍ବ, ବର, ଓସ୍ତ, ପିଜୁଳି, ଅଶ୍ୱତ୍ଥ ·ରା ରୋପଣ କରିଥିଲେ ଏବଂ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ମଣିଷ ଅତି କମ୍ରେ ୧୦ଟି ·ରା ରୋପଣ କରିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ ।


