ଖଲ୍ଲିକୋଟ କଲେଜରେ ପାଳିତ ହେଲା ବିଶ୍ୱ ବନ୍ଧୁତ୍ୱ ଦିବସ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : ଆସନ୍ତାକାଲି ସମଗ୍ର ଦେଶରେ ପାଳିତ ହେବାକୁ ଯାଉଛି ବିଶ୍ୱ ବନ୍ଧୁତ୍ୱ ଦିବସ । ରବିବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଶନିବାରେ ଶନିବାରଦିନ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜରେ ବହୁ ଆଡମ୍ବରସହ ପାଳିତ ହୋଇଯାଇଛି ବନ୍ଧୁତ୍ୱ ଦିବସ । କଲେଜ ପରିସରରେ ଛାତ୍ରଛାତ୍ରୀମାନେ ପରସ୍ପରକୁ ଫ୍ରେଣ୍ଡସିପ ବ୍ୟଣ୍ଡ ବାନ୍ଧିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ। କିଛି ସ୍ଥାନରେ ବନ୍ଧୁତ୍ୱ ଦିବସର କେକ୍ କାଟି ପରସ୍ପରକୁ ଖୁଆଇ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି । ସେହିପରି ସୋସିଆଲ୍ ମିଡିଆରେ ମଧ୍ୟ ବିଭିନ୍ନ ସ୍ଥାନରେ ଆଗୁଆ ବନ୍ଧୁତ୍ୱ ଦିବସ ପାଳନର ଫଟୋ ଚିତ୍ର ମଧ୍ୟ ପୋଷ୍ଟ୍ କରାଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ