ସଡକ ଦୁର୍ଘଟଣା ରେ -୧ମୃତ
ନୟାଗଡ-(ଯୁଗାବ୍ଦ ନ୍ୟୁଜ )ନୂଆଗାଁ ଥାନା ଡିମିରିଝରି ଗାଁ ନିକଟ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା ।ଏକ ବୋଲେରୋ ଦ୍ରୁତ ଗତିରେ ଧକ୍କା ଦେବାରୁ ଜଣ ଙ୍କ ମୃତ୍ୟୁ ହୋଇଛି ।ମୃତକ ଜଣକ ହେଲେ ଡିମିରିଝରି ଗାଁ ର ଜଗନ୍ନାଥ ପ୍ରଧାନ । ସେ ତାଙ୍କ ଗ୍ୟାରେଜ ରୁ କାମ ସାରି ଘରକୁ ଫେରୁଥିବା ସମୟରେ ଏକ ବୋଲେରୋ ତାଙ୍କୁ ଦ୍ରୁତ ଗତିରେ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଧକ୍କା ଦେଇଥିବା ବୋଲେରୋ ଟି ଡିମିରିଝରି ଗାଁ ର ଜଣେ ବ୍ୟକ୍ତିଙ୍କର ବୋଲି ଜଣା ପଡ଼ିଛି । ଏବଂ ମୃତ ଯୁବକ ଙ୍କ ସହ ତାଙ୍କର ପୂର୍ବରୁ ବିବାଦ ଥିବା ଜାଣିବାକୁ ମିଳିଛି । ତେବେ ଗ୍ରାମବାସୀ ମାନେ ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ।ପୋଲିସ ଘଟଣା ସ୍ଥଳ ରେ ପହଁଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟି ଥିଲା ।


