ସଙ୍କାରେ ସବୁ ଶବ ସଂସ୍କାର ପରେ ରିପୋର୍ଟ ଆସିଲା ପଜିଟିଭ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡ଼ା ବ୍ଲକ ଭଗବାନପୁର ଗ୍ରାମ ପାୟତର ଅନ୍ତର୍ଗତ ପାଣିକେଶ୍ୱର ଗ୍ରାମର ବସନ୍ତ ନାୟକ (୪୨) ଙ୍କ ମୃତ୍ୟୁ ପରେ ରବିବାର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ବ୍ୟକ୍ତି ଙ୍କୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଗବାନପୁର ସରପଞ୍ଚ ସସ୍ମିତା ପ୍ରଧାନ ରବିବାର ଠାରୁ ୭ ଦିନ ପର୍ଯ୍ୟନ୍ତ ପାଣିକେଶର ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ବସନ୍ତ ବ୍ରହ୍ମପୁର ସ୍ଥିତ ଶ୍ରୀରାମନଗର ଜଗନ୍ନାଥ ବିହାରରେ ରୁହୁଥିଲେ। ଜ୍ଵର ହେବାରୁ ଶୁକ୍ରବାର ବ୍ରହ୍ମପୁର ସିଟି ହସ୍ପିଟାଲରେ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା। ସେଠାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଦିନ ଅପରାହ୍ନରେ ପାଣିକେଶ୍ୱରରେ ମୃତ ଦେହ ସଂସ୍କାର ପରେ ରବିବାର ଦିନ ରିପୋର୍ଟ ପଜିଟିଭ ଥିବା ଜଣା ପଡିଥିଲା। ବୁଗୁଡା ପ୍ରଶାସନ ଗ୍ରାମ କୁ ନିଷିଦ୍ଧାଞ୍ଚଳ ଘୋଷଣା କରବା ସହ ଶବବାହକଙ୍କୁ ସଂଗରୋଧ ରେ ରହିବାକୁ ନିର୍ଦ୍ଦେଶ ଦେଇଛିନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ବସନ୍ତଙ୍କ ସ୍ଲାବ ଟେଷ୍ଟ ପାଇଁ ଦିଆ ଯାଇଥିଲା ତେବେ ରିପୋର୍ଟ ଆସି ନଥିବା ବେଳେ ସେହି ବ୍ୟକ୍ତିଙ୍କୁ କିପରି ଡ଼ିସଚାର୍ଜ କରାଗଲା ? ଯେଉଁ ମାନଙ୍କ ସ୍ଲାବ ଟେଷ୍ଟ କରାଯାଉଛି ସେମାନଙ୍କ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଅନ୍ୟ କାହାସହ ମିଶିବାକୁ ନଦେଇ ସ୍ୱତନ୍ତ୍ର ଭାବେ ରଖିବା ଓ ମୃତ୍ୟୁ ମୁଖରେ ପଡିଲେ ମଧ୍ୟ ଡ଼ିସଚାର୍ଜ କରାନଯାଇ ରିପୋର୍ଟ ଆସିବା ପର୍ଯ୍ୟନ୍ତ ରଖିବା ଆଇନ ଥିଲେବି ରିପୋର୍ଟ ଆସିବ ପୂର୍ବରୁ ଶବକୁ ପରିବାର ବ୍ୟକ୍ତିଙ୍କୁ ଦିଆଯାଇଥିଲା। ଫଳରେ ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ଜ୍ବରରେ ମୃତ୍ୟୁ ହୋଇଥିବା ଭାବି ଗ୍ରାମକୁ ଶବ ଆଣି ସଂସ୍କାର କରିଥିଲେ। ମେଡିକାଲର ଭୁଲ ଯୋଗୁଁ ବୁଗୁଡା ପ୍ରଶାସନ ସହ ପାଣିକେଶ୍ବର ଗ୍ରାମବାସୀ ବୃନ୍ଦ ଅସୁବିଧା ଭୋଗିବାକୁ ବାଧ୍ୟ ହେଲେ। ଏହାର ପୁନରାବୃତ୍ତି ଯେପରି ନହେବ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ