ଭଗବାନ ରାମ ନେପାଳର : ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମ ଭାରତର ନୁହଁନ୍ତି ନେପାଳର । ତାଙ୍କର ଜନ୍ମସ୍ଥାନ ଅଯୋଧ୍ୟା ନୁହେଁ । ପ୍ରକୃତ ତାଙ୍କ ଜନ୍ମସ୍ଥାନ ହେଉଛି କାଠମାଣ୍ଡୁ ଠାରୁ ଅଳ୍ପ ଦୂର ଏକ ଛୋଟ ଗ୍ରାମରେ । ଏଭଳି ଅଜବ ତଥା ବିବାଦୀୟ ବୟାନ ଦେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି । ନିଜ ବାସଭବନରେ ଭାନୁ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି କହିଛନ୍ତି ଯେ ଭାରତ ସଂସ୍କୃତିକୁ କଦର୍ଥ କରିବା ସହ ଏହାକୁ ଦମନ କରିଛି । ବିଜ୍ଞାନ ପ୍ରତି ନେପାଳର ଅବଦାନକୁ ସବୁବେଳେ ଅଣଦେଖା କରାଯାଇଛି । ଆମେ ସମସ୍ତେ ଏ ପର୍ଯ୍ୟନ୍ତ ବିଶ୍ୱାସ କରିଆସୁଛୁ କି ରାଜପୁତ୍ର ନାମଙ୍କୁ ଆମେ ସୀତା ଦେଇଛୁ । କିନ୍ତୁ ପ୍ରକୃତରେ ରାମ ହିଁ ଦେଇଛୁ । ରାମ ଆମର । ରାମଙ୍କ ଜନ୍ମସ୍ଥାନ ଭାରତର । ଅଯୋଧ୍ୟା ନୁହେଁ । ରାମଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି କାଠମାଣ୍ଡୁ ଠାରୁ ୧୩୫ କି.ମି ଦୂର ବୀରଗଞ୍ଜ ଜିଲ୍ଲାରେ ଥିବା ଏକ ଛୋଟ ଗ୍ରାମ ଅଯୋଧ୍ୟାରେ । ସାଂସ୍କୃତିକ ଭାବେ ଆମକୁ ଦମନ କରାଯାଇଛି ଏବଂ ପ୍ରକୃତ ତଥ୍ୟକୁ ମୋଡ଼ିମକଚି ଦିଆଯାଇଛି । ଭଗବାନ ରାମ ଭାରତୀୟ ନୁହନ୍ତି, ନେପାଳୀ ବୋଲି ଓଲି କହିଛନ୍ତି । ସେ ଆହୁରି ମଧ୍ୟ ପଚାରିଛନ୍ତି କି ଭାରତର ଉତ୍ତରପ୍ରଦେଶରେ ଯେଉଁ ଅଯୋଧ୍ୟା ଦାବି କରାଯାଉଛି ସେଠାରେ ସୀତାଙ୍କୁ ବିବାହ କରିବାକୁ ଭଗବାନ ରାମ ଜନକପୁର କିଭଳି ଆସିଲେ? ସେହି ସମୟରେ କୌଣସି ଫୋନ ନଥିଲା । ସେ ଯୋଗାଯୋଗ କିଭଳି କଲେ? ସେତେବେଳେ ବିବାହ କେବଳ ନିକଟସ୍ଥ ରାଜ୍ୟରେ ହେଉଥିଲା । ବିବାହ କରିବା ଲାଗି କେହି ଏତେ ଦୂର ଯାଉନଥିଲେ । ଅନ୍ୟ ପକ୍ଷରେ ଓଲିଙ୍କ ଏଭଳି ବୟାନ ଉପରେ ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ କମଲ ଥାପା କଡ଼ା ଆପତ୍ତି ଉଠାଇଛନ୍ତି । ଟୁଇଟ କରି ସେ କହିଛନ୍ତି ଯେ ଓଲିଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଏଭଳି ଭିତ୍ତିହୀନ ଓ ଅପ୍ରମାଣିତ ବୟାନ ଦେବା ଉଚିତ ନୁହେଁ । ଏଥିରୁ ଜଣାପଡ଼ୁଛି ଓଲି ଭାରତ ଓ ନେପାଳ ସମ୍ପର୍କରେ ଉନ୍ନତି ଆଣିବା ବଦଳରେ ଆହୁରି ଖରାପ କରିବାକୁ ଚାହୁଁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ